ଓଡିଶା

odisha

ETV Bharat / city

7.30 କୋଟି ଠକିବାକୁ ବ୍ୟବସାୟୀଙ୍କ ଚକ୍ରାନ୍ତ, ଧରିଲା ଡାଇରେକ୍ଟର ସେଣ୍ଟ୍ରାଲ GST ଇଣ୍ଟେଲିଜେନସ - ଡାଇରେକ୍ଟର ସେଣ୍ଟ୍ରାଲ ଜିଏସଟି ଇଣ୍ଟେଲିଜେନସ

ବଡ ବ୍ୟବସାୟୀଙ୍କ ବଡ କେଳେଙ୍କାରୀ । ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ କରି ବନ୍ଧା ହେଲେ ଆଶ୍ରି ଭେଞ୍ଚରର ରୋହିତା ବର୍ଲିଆ। ଅଧିକ ପଢନ୍ତୁ...

Businessman's conspiracy to defraud Rs 7.5 crore caught by Central GST Intelligence Director
7.30 କୋଟି ଠକିବାକୁ ବ୍ୟବସାୟୀଙ୍କ ଚକ୍ରାନ୍ତ, ଧରିଲା ଡାଇରେକ୍ଟର ସେଣ୍ଟ୍ରାଲ ଜିଏସଟି ଇଣ୍ଟେଲିଜେନସ

By

Published : Aug 6, 2021, 10:44 PM IST

ଭୁବନେଶ୍ବର: ସାଢେ ସାତ କୋଟି ଠକିବାକୁ ବ୍ୟବସାୟୀଙ୍କ ଚକ୍ରାନ୍ତ,ଧରିଲା ଡାଇରେକ୍ଟର ସେଣ୍ଟ୍ରାଲ ଜିଏସଟି ଇଣ୍ଟେଲିଜେନସ । ବଡ ବ୍ୟବସାୟୀଙ୍କ ବଡ କେଳେଙ୍କାରୀ। ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ କରି ବନ୍ଧା ହେଲେ ଆଶ୍ରି ଭେଞ୍ଚରର ରୋହିତା ବର୍ଲିଆ।

7.30 କୋଟି ଠକିବାକୁ ବ୍ୟବସାୟୀଙ୍କ ଚକ୍ରାନ୍ତ, ଧରିଲା ଡାଇରେକ୍ଟର ସେଣ୍ଟ୍ରାଲ ଜିଏସଟି ଇଣ୍ଟେଲିଜେନସ

ଯେକି ନିଜ ସଂସ୍ଥା ନାଁରେ ନା ଜିନିଷ କିଣିଛନ୍ତି ନା ଜିଏସଟି ଫାଇଲ କରିଛନ୍ତି। ନକଲି ଇନଭଏସ ତିଆରି କରି ୪୦ କୋଟି ଟଙ୍କାର ଜିଏସଟି ବିଲ କରି ସାଢେ ସାତ କୋଟିର ଇନପୁଟ ଟ୍ୟାକ୍ସ ହାତେଇବାକୁ ଯୋଜନା ଚଳାଇଥିଲେ। ଏନେଇ ଡିଜିଜିଆଇର ଭୁବନେଶ୍ଵର ଜୋନାଲ ୟୁନିଟ ଛାନଭିନ କରିଥିଲା । ପରେ ଏସବୁର କେଳେଙ୍କାରୀ ଧରାପଡିବା ପରେ ସମ୍ପୃକ୍ତ ବ୍ୟବସାୟୀକୁ ଗିରଫ କରିଛି ଡିଜିଜିଆଇ । ଏନେଇ ପୂର୍ବରୁ ଏକ ପାରାଦ୍ବୀପ ହରିଦାସପୁରରେ ଏକ ସରକାରୀ ପ୍ରୋଜେକ୍ଟ କରୁଥିବା ଏକ କମ୍ପାନି ୬୭୦ କୋଟିର ଜିଏସଟି କାରବାରକୁ କୁ ଆଧାରକରି ୧୨୦ କୋଟି ଇନପୁଟ ଟ୍ୟାକ୍ସ ବେଆଇନଭାବେ ହାତେଇଥିବା ଘଟଣା ଠାବ କରିଥିଲା । ଏନେଇ କମ୍ପାନୀ ଟଙ୍କା ଫେରସ୍ତ ପରେ ତା ବିରୋଧରେ କେସ କରିଥିଲା।

ତେବେ ନଭେମ୍ବର ୨୦୨୦ରୁ ଏଯାବତ ଚାଲିଥିବା ସ୍ପେଶାଲ ଡ୍ରାଇଭର ଏହା ହେଉଛି ୮ ନମ୍ବର ଗିରଫଦାରି ଯେକି ଏକ ବଡ ବ୍ୟବସାୟକୁ ଗିରଫ କରିଛି। ବିଭିନ୍ନ ସମୟରେ ଅନେକ ନାମିଦାମୀ କମ୍ପାନିରେ ଏପରି କଳାକାରନାମାକୁ ଠାବ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details