ଓଡିଶା

odisha

ETV Bharat / city

ସୋମବାର ଠାରୁ ଗଡିବ ବସ, ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ - ଗଡିବ ବସ

ରାଜ୍ୟରେ ବସ ପାସେଞ୍ଜର ଗାଡି ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କେନ୍ଦ୍ରର ଗାଇଡ଼ ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳକୁ ମଧ୍ୟ ଦିଆଯାଇଛି ଅନୁମତି। ଗାଡିରେ ବସିବା ବେଳେ ମାସ୍କ ବାଧ୍ୟତାମୂଳକ ଅଟେ। ଅଧିକ ପଢନ୍ତୁ...

ସୋମବାରଠାରୁ ଗଡିବ ବସ, ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ
ସୋମବାରଠାରୁ ଗଡିବ ବସ, ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ

By

Published : May 24, 2020, 1:30 PM IST

ଭୁବନେଶ୍ବର: ରାଜ୍ୟରେ କୋହଳ ହୋଇଛି ଲକଡାଉନ କଟକଣା । ସୋମବାରଠାରୁ ରାସ୍ତାରେ ଗଡିବ ବସ ଓ ଅନାନ୍ୟ ଗାଡି। ଏବେ ଯାତ୍ରୀ ପରିବହନକୁ ଅନୁମୋଦନ ଦେଇଛନ୍ତି ସରକାର । ଯେ କୌଣସି ଯାତ୍ରୀ ଯାତ୍ରା କରିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ ରାଜ୍ୟରେ ସୋମବାର ଠାରୁ ଟ୍ୟାକ୍ସି ଓ ଘରୋଇ ଯାନ ସହ ସରକାରୀ ଗାଡି ମଧ୍ୟ ଚାଲିବ। ସେହିପରି ସିଟି ବସ ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ।

ସୋମବାରଠାରୁ ଗଡିବ ବସ, ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ

ଉଦ୍ଧିଷ୍ଟ ସିଟରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କଲେ ବସ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀ ଯଦି ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଚାରି ଚକିଆ ଯାନରେ ଯିବାକୁ ହେଲେ ଡ୍ରାଇଭରକୁ ଛାଡି 2 ଜଣ ଯାତ୍ରୀ ଯାତ୍ରା କରିପାରିବେ। ବସରେ ଯାତ୍ରୀଙ୍କ କ୍ଷମତାଠାରୁ ଅଧିକ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ବସ ଷ୍ଟପରୁ ଦିନରାତି ଯାନନବାହନ ଚଳାଚଳକୁ ଅନୁମତି ଦିଆଯାଇଛି । କୋରୋନା ଲକ୍ଷଣ ଥିଲେ ଗାଡିରେ ଯିବାକୁ ବାରଣ କରାଯାଇଛି। ଆନ୍ତଃରାଜ୍ୟ ବସ ଓ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

ରେଳ ଓ ବିମାନ ଚଳାଚଳ ମଧ୍ୟ ସୋମବାର ଠାରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରକୁ 12ଟି ଓ ଝାରସୁଗୁଡାକୁ 4 ଟି ବିମାନ ଆସିବାର ସୂଚନା ରହିଛି। ମେ 31 ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ଚତୁର୍ଥ ପର୍ଯ୍ୟାୟର ଲାକଡାଉନ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details