ଭୁବନେଶ୍ବର:କାଦୁଅ ଯୋଗୁଁ ନନ୍ଦନକାନନ ସିଂହ ସଫାରିରେ ଦୀର୍ଘ ସମୟ ଧରି ଫସି ରହିଲା ବସ । ବସରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ରହିଥିଲେ । ସଫାରିରେ ବୁଲୁଥିବା ୨ ସିଂହଙ୍କୁ ଫିଡ଼ିଂ ଚାମ୍ବରରେ ଭର୍ତ୍ତି କରିବା ପରେ ଟ୍ରାକ୍ଟର ଯୋଗେ ବସକୁ ବାହାର କରାଯାଇଥିଲା ।
ବର୍ଷା ଯୋଗୁଁ ସଫାରି ମଧ୍ୟରେ ବସ ଚଳାଚଳ କରିବା କଷ୍ଟକର ହୋଇପଡ଼ୁଛି । ସଫାରି ମଧ୍ୟରେ ଥିବା ରାସ୍ତା ସମ୍ପୂର୍ଣ୍ଣ ଭାବରେ କାଦୁଅ ହୋଇପଡିଛି । ଯାହା ଫଳରେ ସେହି କାଦୁଅରେ ଅଟକି ଯାଇଥିଲା ବସ । ଏହି ସମୟରେ ସିଂହ ବସ ନିକଟକୁ ଆସିଯାଇଥିଲେ । ଯାହା ଫଳରେ ପର୍ଯ୍ୟଟକ ଭୟଭୀତ ହୋଇଯାଇଥିଲେ। କାଦୁଅ ଯୋଗୁଁ ସିଂହ ସଫାରୀରେ ବସଟି ଦୀର୍ଘ ସମୟ ଧରି ଫସି ରହିଥିଲା । ବସରେ ପାଖାପାଖି 20 ଜଣରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ରହିଥିଲେ।