ଭୁବନେଶ୍ବର: ଲକଡାଉନ ଖୋଲିଲେ ରାଜ୍ୟରେ ଗଡିବ ସବୁ ବସ । ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ ୨ୟ ପର୍ଯ୍ୟାୟ ଶେଷ ହେଉଛି । ତେଣୁ ବସ ଚଳାଚଳ ନେଇ ବିଚାର ବିମର୍ଶ ଜାରି ରହିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଦେଇଥିବା ସୂଚନା ଆଧାରରେ, ବର୍ତ୍ତମାନ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ବସ ଚଳପ୍ରଚଳ କରୁଛି । ଯଦି ୧୬ ତାରିଖ ପରେ ଲକଡାଉନ୍ କୋହଳ ହୁଏ, ତେବେ ବାକି ୧୦ ଜିଲ୍ଲାରେ ମଧ୍ୟ ବସ ଚଳାଚଳକୁ ଅନୁମତି ମିଳିବ । ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ ପଦ୍ମନାଭ । ଏହାସହ ଆନ୍ତଃରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ବସ୍ ଚଳପ୍ରଚଳ କରିବ । ସେହିପରି ଟିକସ ଛାଡ଼ ଲାଗି ଘରୋଇ ବସ ମାଲିକ ସଂଘ ଦାବି କରୁଛନ୍ତି । ଏ ଦିଗରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।