ଓଡିଶା

odisha

By

Published : Jan 6, 2020, 5:14 PM IST

ETV Bharat / city

ମହଙ୍ଗା ମାଡ; ପୁଣି ବଢିଲା ବସ ଭଡା

ତୈଳଦର ବୃଦ୍ଧି ଯୋଗୁଁ ବସଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପ୍ରତି 1 ପଇସା ଓ ଡିଲକ୍ସ ବସ କିମି ପ୍ରତି 2 ପଇସା ବୃଦ୍ଧି ହୋଇଛି। ଜାଣନ୍ତୁ ପୁରା ଖବର...

bus fare hike
ବଢିଲା ବସ ଭଡା

ଭୁବନେଶ୍ବର: ବସ ଭଡା ଉପରେ ପଡିଛି ତୈଳଦର ବୃଦ୍ଧିର ଇଫେକ୍ଟ । ତୈଳଦର ବୃଦ୍ଧି ଯୋଗୁଁ ବଢିଲା ବସ ଭଡା । ସାଧାରଣ ବସ ଭଡା କିମି ପ୍ରତି 69ରୁ 70 ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ ଭଡା 72ରୁ 73 ପଇସା, ଡିଲକ୍ସ ଭଡା 99 ପଇସାରୁ 1 ଟଙ୍କା 1 ପଇସା ଏବଂ ଏସି ଡିଲକ୍ସ ଭଡା 1 ଟଙ୍କା 21 ପଇସାରୁ 1ଟଙ୍କା 23 ପଇସାକୁ ବୃଦ୍ଧି କରାଯାଇଛି।

ତୈଳଦର ବୃଦ୍ଧିର ଇଫେକ୍ଟ

ତୈଳଦର ବୃଦ୍ଧି ଯୋଗୁଁ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପ୍ରତି1 ପଇସା ଓ ଡିଲକ୍ସ ବସ କିମି ପ୍ରତି 2 ପଇସା ବୃଦ୍ଧି ହୋଇଛି । କିଛିଦିନ ହେବ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ତେବେ ଡିଜେଲ ଦର ବୃଦ୍ଧି ଯୋଗୁଁ ଏହି ଭଡା ବଢାଯାଇଛି ବୋଲି ପରିବହନ ବିଭାଗ କହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details