ଓଡିଶା

odisha

ETV Bharat / city

ରାଜ୍ୟର ଗ୍ରୀନ ଜୋନରେ ଗଡିବ ବସ, ଦେବାକୁ ପଡିବ ଡବଲ ବସଭଡା

By

Published : May 12, 2020, 12:13 PM IST

Updated : May 12, 2020, 1:04 PM IST

ଗ୍ରୀନ ଜୋନରେ ଗଡିବ ବସ, ଦେବାକୁ ପଡିବ ଡବଲ ବସଭଡା
ଗ୍ରୀନ ଜୋନରେ ଗଡିବ ବସ, ଦେବାକୁ ପଡିବ ଡବଲ ବସଭଡା

12:04 May 12

ଗ୍ରୀନ ଜୋନରେ ଗଡିବ ବସ, ଦେବାକୁ ପଡିବ ଡବଲ ବସଭଡା

ଗ୍ରୀନ ଜୋନରେ ଗଡିବ ବସ, ଦେବାକୁ ପଡିବ ଡବଲ ବସଭଡା

ଭୁବନେଶ୍ବର: ଗ୍ରୀନ ଜୋନରେ ବସ ଗଡ଼ିବା ପ୍ରସଙ୍ଗରେ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 

ଗ୍ରୀନ ଜୋନରେ ବୟ ଚାଲିବାକୁ ହେଲେ ଭଡ଼ାକୁ ଦୁଇଗୁଣିତ କରିବା ପାଇଁ ଦେଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି । ତେବେ ଖୁବ ଶୀଘ୍ର ବସସେବା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ବସରେ ଚଳପ୍ରଚଳ ବେଳେ କୋରୋନା ଗାଇଡ଼ଲାଇନ ମାନିବାକୁ ବାଧ୍ୟ । ସଙ୍ଗରୋଧ ଓ ସାମାଜିକ ଦୂରତା ମାନିବେ ଯାତ୍ରୀ । ପୂର୍ବରୁ ସରକାର 50 ପ୍ରତିଶତ ଯାତ୍ରୀ ନେଇ ଗ୍ରୀନ ଜୋନରେ ବସଚଳାଚଳ କରିବାକୁ ଅନୁମତି ଦେଇଥିଲେ ।

ଅନ୍ୟପକ୍ଷରେ ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ ବସ ଚଳାଇବେ ରାଜ୍ୟ ସରକାର । ଆସନ୍ତା କାଲିଠାରୁ ଏହି ସେବା ଆରମ୍ଭ ହେବ । କଟକରୁ ଭୁବନେଶ୍ବରକୁ ଗୋଟିଏ ବସ ଚଳାଯିବ ଭଡା 30 ଟଙ୍କା ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଜିଠୁ ଟ୍ରେନ ଚଳାଚଳ ପ୍ରସଙ୍ଗରେ ସନ୍ଧ୍ୟା ସୁଦ୍ଧା ନୂତନ ଗାଇଡଲାଇନ ପ୍ରସ୍ତୁତ ହେବ ।  ଯେଉଁମାନେ ଆସିବେ ସେମାନେ ଗାଇଡ଼ଲାଇନ ମାନିବାକୁ ବାଧ୍ୟ । ସଙ୍ଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି । ସେମାନେ ନିଜସ୍ବ ସୁବିଧାରେ ଯିବେ, ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଞ୍ଜିକରଣ କରି ନଥିବେ ତେବେ ରାଜ୍ୟରେ ମଧ୍ୟ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । 

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ 

Last Updated : May 12, 2020, 1:04 PM IST

ABOUT THE AUTHOR

...view details