ଓଡିଶା

odisha

ETV Bharat / city

ବରମୁଣ୍ଡାରେ ବସ ଚାଳକଙ୍କ ଧାରଣା

ତାତିଲେ ଚାଳକ ସଂଘ । 3 ଦଫା ଦାବିକୁ ନେଇ ବରମୁଣ୍ଡାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡିଶା ମୋଟର ଚାଳକ ସଂଘ ।

By

Published : Jun 1, 2020, 11:46 AM IST

bus drivers association strike in baramunda
ବରମୁଣ୍ଡାରେ ବସ ଚାଳକଙ୍କ ଧାରଣା

ଭୁବନେଶ୍ବର: ତାତିଲେ ଚାଳକ ସଂଘ । 3 ଦଫା ଦାବିକୁ ନେଇ ବରମୁଣ୍ଡାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡିଶା ମୋଟର ଚାଳକ ସଂଘ । ତିନି ମାସର କ୍ଷତିପୂରଣ, 50 ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଏବଂ ପରିବହନ କର୍ମଚାରୀ ମାନ୍ୟତା ଦାବିକୁ ନେଇ ଏହି ଧାରଣା ଦିଆଯାଇଛି ।

ବରମୁଣ୍ଡାରେ ବସ ଚାଳକଙ୍କ ଧାରଣା

ରାଜ୍ୟରେ କୋରୋନା ପ୍ରଭାବରେ ଦୀର୍ଘ ଦିନ ଧରି ସମସ୍ତ ସେବା ଠପ ହୋଇଯାଇଥିବାବେଳେ ଚାଳକ ସଂଘ ପକ୍ଷରୁ 3 ଦଫା ଦାବିକୁ ନେଇ ରାଜରାସ୍ତାକୁ ଓହାଇଛି ମୋଟର ଚାଳକ ସଂଘ । ସରକାର ବସ ଚଳାଚଳକୁ ନେଇ ନିଷ୍ପତି ନେଇଥିବା ବେଳେ ଏହି ସମୟରେ ମୋଟର ଚାଳକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

3 ମାସ ଘରେ ରହିବା ପରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯାହା ଏହି ସମୟରେ ମୋଟର ଚଳାଚଳ କରିବାକୁ ସମ୍ଭବପର ନୁହେଁ । କୋରୋନାକୁ ନେଇ ସମସ୍ତେ ଭୟଭୀତ ରହିଥିବାବେଳେ କିଭଳି ଯାତ୍ରୀମାନଙ୍କୁ ବସ ଯୋଗେ ଯାତ୍ରା କରାଇବେ ସେନେଇ ପ୍ରଶ୍ନ ଉଠାଇଛି ସଂଘ । ଏହାସହ 3 ଦଫା ଦାବି କରିଛି ସଂଘ ।

ସେହିପରି ଯଦି କୋରୋନାରେ ଚାଳକ ଆକ୍ରାନ୍ତ ହୁଅନ୍ତି କିମ୍ବା ତାଙ୍କର ମୃତ୍ୟୁ ଘଟେ ତେବେ ମାଗଣାରେ ଚିକିତ୍ସା କରିବା ସହ ସେମାନଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛି ସଂଘ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ସେବା ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details