ଓଡିଶା

odisha

ETV Bharat / city

ଆସୁଛି 'ବୁଲ୍‌ବୁଲ୍': ଭୟଭୀତ ରାଜ୍ୟବାସୀ

9 ନଭେମ୍ବରରୁ ଧୀରେଧୀରେ ଉତ୍ତର ଉପକୂଳ, ଦକ୍ଷିଣ ଉପକୂଳ ଓଡିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡେ ମୁହାଁଇବ ସାମୁଦ୍ରିକ ବାତ୍ୟା 'ବୁଲ୍‌ବୁଲ୍'।

By

Published : Nov 6, 2019, 6:32 PM IST

ଆସୁଛି 'ବୁଲ୍‌ବୁଲ୍' : ଭୟଭୀତ ରାଜ୍ୟବାସୀ

ଭୁବନେଶ୍ବର: ଆସୁଛି ବାତ୍ୟା 'ବୁଲବୁଲ'। ଯହାକୁ ନେଇ ଭୟଭୀତ ରାଜ୍ୟବାସୀ। ବାତ୍ୟା 'ବୁଲ୍ବୁ‌ଲ୍‌' ଓଡିଶା ମୁଁହା ହେବ ନା ଅନ୍ୟ ଦିଗକୁ ଗତି କରିବ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ବାତ୍ୟା ଯେତେ ନିକଟତର ହେବ ସ୍ଥଳଭାଗର ସ୍ଥିତି ସେତେ ସ୍ପଷ୍ଟ ହେବ। ଏଭଳି ସ୍ଥିତିରେ ବାତ୍ୟା ମୁକାବିଲା ପାଇଁ ସତର୍କ ହେଉଛନ୍ତି ସରକାର।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 24 ଘଣ୍ଟାରେ ବାତ୍ୟାର ରୂପ ନେବ। ଏହା ପୂର୍ବକେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଡକୁ ଗତି କରୁଛି । ବାତ୍ୟା 'ବୁଲବୁଲ' ଏବେ ପାରାଦ୍ବୀପ ଠାରୁ 810 କିମି ଏବଂ ଆଣ୍ଡାମାନରୁ 390 କିମି ଦୂରରେ ରହିଛି। ଘଣ୍ଟା ପ୍ରତି 4 କିମି ବେଗରେ ଗତି କରୁଛି 'ବୁଲ୍ବୁ‌ଲ୍‌'।

ଏହା 9 ନଭେମ୍ବରରୁ ଧୀରେଧୀରେ ଉତ୍ତର ଉପକୂଳ, ଦକ୍ଷିଣ ଉପକୂଳ ଓଡିଶା,ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡେ ମୁହାଁଇବ। ଏହାର ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ 8 ତାରିଖ ରାତିରୁ 40 ରୁ 50 କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଧୀରେ ଧୀରେ ପବନର ଗତି ବଢିପାରେ। ଯାହାକୁ ନେଇ ରାଜ୍ୟରେ ଥିବା ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରିି କରାଯାଇଛି। ଚାଷୀ ସତର୍କତାସ୍ବରୂପ ଆଗୁଆ ଧାନ ଅମଳ କରିବାର ଆବଶ୍ୟକତା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ଜଣାଇ ଦିଆଯାଇଛି।

ଆସୁଛି 'ବୁଲ୍‌ବୁଲ୍' : ଭୟଭୀତ ରାଜ୍ୟବାସୀ

ତେବେ 8 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଶୁଖିଲା ରହିବ। 9ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଜପତି ଏବଂ ରାୟଗଡାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଗଜପତି, ନୟାଗଡରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ ଜଣାଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details