ଭୁବନେଶ୍ବର:ନିର୍ମାଣ ଶ୍ରମିକଙ୍କ ସମସ୍ୟାକୁ ନେଇ ଆଇଏନଟିୟୁସି ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ । ରାଜ୍ୟରେ ଥିବା 50 ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଆସନ୍ତା ଫେବୁୟାରୀ ସୁଦ୍ଧା ନ ହେଲେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଆସନ୍ତା 2ରେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀ କୋରୋନା ପାଇଁ କୋଟି କୋଟି ଶ୍ରମିକ ରୋଜଗାର ହରାଇଛନ୍ତି । ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକ ମାନେ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଜିକରଣ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ବିଭିନ୍ନ ଆଲ ଦେଖାଇ ପଞ୍ଜିକରଣ କରାଯାଉ ନାହିଁ।
ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଆଇଏନଟିୟୁସି ଘେରିବ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ - ଆଇଏନଟିୟୁସି
ନିର୍ମାଣ ଶ୍ରମିକଙ୍କୁ ସମସ୍ୟାକୁ ନେଇ ଆଇଏନଟିୟୁସି ଘେରିବ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଆସନ୍ତା 2ରେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ । ଅଧିକ ପଢନ୍ତୁ...
କୋଭିଡ ପାଇଁ ପଞ୍ଜିକୃତ ଶ୍ରମିକ 1500 ଟଙ୍କା ପାଇବା ପାଇଁ ଘୋଷଣା କରାଯାଇଥିଲା । ହେଲେ 29 ଲକ୍ଷ ଶ୍ରମିକ ମଧ୍ୟରୁ ନବୀକରଣ ହୋଇନଥିବା ଦର୍ଶାଇ 7 ଲକ୍ଷ ଶ୍ରମିକଙ୍କୁ ବାଦ ଦିଆଯାଇଛି । ସେହି 22 ଲକ୍ଷ ଶ୍ରମିକ ମଧ୍ୟରୁ ଅଦ୍ୟବାଦୀ 5 ଲକ୍ଷ ଶ୍ରମିକ 1500 ଟଙ୍କା ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ସମସ୍ତ ଶ୍ରମିକଙ୍କୁ 1500 ଟଙ୍କା ଯୋଗାଇବା ସହ ଅନ୍ୟ ରାଜ୍ୟ ତୁଳନାରେ ଶ୍ରମିକ ମାନଙ୍କୁ 6000 ଟଙ୍କା ସହାୟତା ସରକାର ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି । ଯଦି ଏସମସ୍ତ 11 ଦଫା ଦାବିକୁ ସରକାର ପୁରଣ ନ କରନ୍ତି । ତେବେ ଆସନ୍ତା ମାସରେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି ବିଶ୍ବକର୍ମା ନିର୍ମାଣ ଏବଂ ଉଡ଼ ଓ୍ବର୍କରସ ନିର୍ମାଣ ୟୁନିୟନ ସଂଘ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ