ଓଡିଶା

odisha

ETV Bharat / city

ଏଣିକି ଅନଲାଇନରେ ମିଳିବ ବିଲ୍ଡିଂ ପ୍ଲାନ୍, ନୂଆ ଆପ୍ରୁଭାଲ ସିଷ୍ଟମ ଲାଗୁ - ଅନଲାଇନ ବିଲ୍ଡିଂ ପ୍ଲାନ୍ ସୁବିଧା

ଏଣିକି ଆଉ ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଦୌଡିବାକୁ ପଡିବନି ଏ ଅଫିସରୁ ସେ ଅଫିସ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସିଷ୍ଟମ । ଅଧିକ ପଢନ୍ତୁ...

ଏଣିକି ଅନଲାଇନରେ ମିଳିବ ବିଲ୍ଡିଂ ପ୍ଲାନ୍, ଲାଗୁହେଲା ନୂଆ ଅନଲାଇନ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସିଷ୍ଟମ
ଏଣିକି ଅନଲାଇନରେ ମିଳିବ ବିଲ୍ଡିଂ ପ୍ଲାନ୍, ଲାଗୁହେଲା ନୂଆ ଅନଲାଇନ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସିଷ୍ଟମ

By

Published : Feb 12, 2021, 8:37 PM IST

ଭୁବନେଶ୍ବର: ଆପଣ ନୂଆ ଘର କରୁଛନ୍ତି କି ? ବିଲ୍ଡିଂ ପ୍ଲାନ ପାଇଁ ଆପଣଙ୍କୁ ଏ ଅଫିସରୁ ସେ ଅଫିସ ଦୌଡ଼ିବାକୁ ପଡୁଛି କି ? ବିଲ୍ଡିଂ ପ୍ଲାନ ଆପ୍ରୁଭ କରିବା ଲାଗି ଆପଣଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି କି ? ଏହିସବୁ ସମସ୍ୟାରୁ ମୁକ୍ତି ମିଳିବାକୁ ଯାଉଛି । ରାଜ୍ୟ ସରକାର ଆଜି(ଶୁକ୍ରବାର) ଠୁ ଆରମ୍ଭ କରିଛନ୍ତି ଅନଲାଇନ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସିଷ୍ଟମ ବ୍ୟବସ୍ଥା । ଏଣିକି ଆପଣ ଘରେ ବସି ଅନଲାଇନରେ କରିପାରିବେ ଆପଣଙ୍କ ବିଲ୍ଡିଂ ପ୍ଲାନର ଆପ୍ରୁଭ ।

ଏଣିକି ଅନଲାଇନରେ ମିଳିବ ବିଲ୍ଡିଂ ପ୍ଲାନ୍, ଲାଗୁହେଲା ନୂଆ ଅନଲାଇନ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସିଷ୍ଟମ

ସୂଚନା ଅନୁଯାୟୀ 5-T ଯୋଜନା ଅନ୍ତର୍ଗତ ଅନ୍ୟ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର (SUJOG) ଦ୍ୱାରା ଅନଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ସିଷ୍ଟମ୍ (ଓବିପିଏସ୍)କୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି । ବିଲଡିଂ ପ୍ଲାନିଂ, ପ୍ଲାନିଂ ଯାଞ୍ଚ, ସମସ୍ତ ଦେୟ ପ୍ରଦାନ, ଷ୍ଟ୍ରିମାଇନ୍ ବିଲ୍ଡିଂ ଅନୁମତି ଆବେଦନ ପ୍ରକ୍ରିୟା, ପ୍ଲିଣ୍ଟ /ଛାତ ଯାଞ୍ଚ ଏବଂ ବୃତ୍ତି ପ୍ରମାଣପତ୍ର ଉପଭୋକ୍ତା OBPAS ମାଧ୍ୟମରେ ପାଇପାରିବେ । ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, OBPAS ନାଗରିକ ଏବଂ ବୈଷୟିକ ବ୍ୟକ୍ତିଙ୍କ ଆବଶ୍ୟକତାକୁ ପୂରଣ କରିବ । ନିର୍ମାଣ ଯୋଜନା ଏବଂ ସବିଶେଷ ତଥ୍ୟର ସଫ୍ଟୱେୟାର ଆଧାରିତ ଯାଞ୍ଚ ପ୍ରଦାନ କରିଥାଏ ।

ଜନସାଧାରଣଙ୍କୁ ସରଳ, ସହଜ ଓ ସୁବିଧା ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜନସାଧାରଣଙ୍କ ନିକଟରେ ସୁବିଧା ସୁଯୋଗ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ବିଭାଗ ପାଳନ କରୁଛି । ସର୍ବନିମ୍ନ ମାନବ ସମ୍ବଳ ବ୍ୟବହାର କରି ବିଲଡିଂ ଅନୁମୋଦନ ପ୍ରକ୍ରିୟା କରାଯିବ ବୋଲି ପ୍ରତାପ ଜେନା କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥୀଭାଥନନ୍ କହିଛନ୍ତି ଯେ, “SUJOG” ଅଧୀନରେ OBPASର ଆନୁଷ୍ଠାନିକ ଉନ୍ମୋଚନ ସହିତ ଓଡ଼ିଶା ସରକାର ଏହାକୁ ସାଧାରଣ ନାଗରିକ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ପରବର୍ତ୍ତୀ ସମୟରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏହାର ସମସ୍ତ ସହରୀ ସେବାକୁ ଖୁବଶୀଘ୍ର SUJOG ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ଲାଗି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ସିଏମସି କମିଶନର ଅନନ୍ୟା ଦାସ, ଡେପୁଟି ସେକ୍ରେଟେରୀ ସାରଦା ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details