ଓଡିଶା

odisha

ETV Bharat / city

TCS କର୍ମଚାରୀଙ୍କୁ ଠକେଇ ଘଟଣା, ଗିରଫ ହେଲା ରିୟଲ ଇଷ୍ଟେଟ ଠକ - ହୋମସ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ

ଗିରଫ ହେଲେ ଓଡିଶା ହୋମସ ନିର୍ଦ୍ଦେଶକ । ମନୋଜ ପଣ୍ଡାଙ୍କୁ ଗିରଫ କଲା ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ଆନ୍ନାବରମରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ

TCS କର୍ମଚାରୀଙ୍କୁ ୨୦ କୋଟି ଠକେଇ ଘଟଣା, ଗିରଫ ହେଲା ରିୟଲ ଇଷ୍ଟେଟ ଠକ ମନୋଜ ପଣ୍ଡା
TCS କର୍ମଚାରୀଙ୍କୁ ୨୦ କୋଟି ଠକେଇ ଘଟଣା, ଗିରଫ ହେଲା ରିୟଲ ଇଷ୍ଟେଟ ଠକ ମନୋଜ ପଣ୍ଡା

By

Published : Oct 2, 2022, 3:28 PM IST

ଭୁବନେଶ୍ବର: ଗିରଫ ହେଲେ ଓଡିଶା ହୋମସ ନିର୍ଦ୍ଦେଶକ । TCS କର୍ମଚାରୀଙ୍କଠାରୁ ୨୦ କୋଟି ଠକେଇ ଘଟଣାରେ ଗିରଫ ହୋଇଥିବା ସୂଚନା । ମନୋଜ ପଣ୍ଡାଙ୍କୁ ଗିରଫ କରିଛି ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ଆନ୍ନାବରମରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଓଡିଶା ଆଣୁଛି ଇଓଡବ୍ଲୁ ଟିମ୍ ।

ସୂଚନା ଅନୁଯାୟୀ, ଓଡିଶା ହୋମସ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଖୋଲି ୨୦୧୩ରୁ ୨୦୧୬ମସିହାରେ ୪୨ ଇନଭେଷ୍ଟରଙ୍କ ଠାରୁ ୨୦ କୋଟି ଠକେଇ କରିଛନ୍ତି । ଭୁବନେଶ୍ବର ସାଂପୁର ମୌଜାରେ ଗଣପତି ହୋମସ ନାରେ ଫ୍ଲାଟ ଓ ଆପାର୍ଟମେଣ୍ଟ ଦେବା ଆଳରେ ଏଭଳି ଠକେଇ କରିଥିଲେ । ଟିସିଏସର କିଛି କର୍ମଚାରୀଙ୍କୁ ଏଭଳି ଭାବେ ଫ୍ଲାଟ ଓ ଆପାର୍ଟମେଣ୍ଟର ଦେବା ନାରେ ଠକେଇ କରିଥିବା ଇଓଡବ୍ଲୁ ନିକଟରେ ଅଭିଯୋଗ କରିଥିଲେ ଟିସିଏସର ଜଣେ କର୍ମଚାରୀ ।

କେବଳ ମନୋଜ ପଣ୍ଡା ନୁହେଁ ତାଙ୍କ ଭାଇ ସରୋଜ ପଣ୍ଡା ଏବଂ ଅନ୍ୟ ଜଣେ ନିର୍ଦେଶକ ଅରବିନ୍ଦ ସନ୍ତରାଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି । ତେବେ ବସୁଧା ଆପାର୍ଟ ମେଣ୍ଟ ଭଳି ଅନେକ ପ୍ରୋଜେକ୍ଟ କରି ଏଭଳି ଅନେକ ଠକେଇ କରିଥିଲେ । ଦୁଇ ଡାଇରେକ୍ଟର ତଥା ଦୁଇ ଭାଇ ମନୋଜ ପଣ୍ଡା ଓ ସରୋଜ ପଣ୍ଡା ନାଁରେ ଇଓଡବ୍ଲୁରେ ଓ୍ବାଣ୍ଟେଡ ରହିଥିଲେ । ଅନ୍ୟପଟେ ମନୋଜ ପଣ୍ଡା ନାଁରେ ଲୁକ୍‌ ଆଉଟ ଜାରି କରିଥିଲା ବ୍ୟୁରୋ ଅଫ ଇମିଗ୍ରେସନ । ଦେଶ ବାହାରକୁ ପଳାୟନ କରିବା ଆଶଙ୍କାରେ ଓଡିଶା ଇଓଡବ୍ଲୁର ଅନୁରୋଧ କ୍ରମେ ଲୁକଆଉଟ୍‌ ପୂର୍ବରୁ ଜାରି କରିଥିଲା ବିଓଆଇ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details