ଓଡିଶା

odisha

ETV Bharat / city

ରାଜଧାନୀରେ ଏମିତି ଠକୁଛନ୍ତି ବିଲଡର, ଠକେଇ କରି ବନ୍ଧାହେଲା ବିଲଡର

ଋଣ ନେଇ ବ୍ଯାଙ୍କ ଟଙ୍କାରେ ଫ୍ଲାଟ ନିର୍ମାଣ କଲେ। ଋଣ କରିଥିବା ଲୋକକୁ ଫ୍ଲାଟ ନ ଦେଇ ବିଲଡର ଅନ୍ଯକୁ ବିକିଦେଲେ । ଏମିତି ଢଙ୍ଗରେ ଠକେଇ କରିଥିବା ଠକ ବିଲଡରକୁ ଗିରଫ କରିଛି କମିଶନରେଟ ପୋଲିସ। ଅଧିକ ପଢନ୍ତୁ...

By

Published : Mar 9, 2021, 8:43 PM IST

ରାଜଧାନୀରେ ଏମିତି ଠକୁଛନ୍ତି ବିଲଡର
ରାଜଧାନୀରେ ଏମିତି ଠକୁଛନ୍ତି ବିଲଡର

ଭୁବନେଶ୍ବର: ଋଣ ନେଇ ବ୍ଯାଙ୍କ ଟଙ୍କାରେ ଫ୍ଲାଟ ନିର୍ମାଣ କଲେ। ଋଣ କରିଥିବା ଲୋକକୁ ଫ୍ଲାଟ ନ ଦେଇ ବିଲଡର ଅନ୍ଯକୁ ବିକିଦେଲେ । ଏମିତି ଢଙ୍ଗରେ ଠକେଇ କରିଥିବା ଠକ ବିଲଡରକୁ ଗିରଫ କରିଛି କମିଶନରେଟ ପୋଲିସ। ଶ୍ରୀ ଜିଉ କନଷ୍ଟ୍ରକସନର ବିଲଡର ରତିକାନ୍ତ ପାଢୀକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ମୁତାବକ, ପିପିଲିର ଆର୍ମି ସର୍ଭିସ ହୋଲଡର ଧିରେନ୍ଦ୍ର ଜେନା ବିଲଡର ସହ ଏଗ୍ରିମେଣ୍ଟ କରି ଖାରବେଳନଗର ଆକ୍ସିସ ବ୍ଯାଙ୍କରୁ ୨୩ ଲକ୍ଷ ୯୦ ହଜାର ଲୋନ ନେଇଥିଲେ । ପରେ ସେହି ଟଙ୍କାରେ ଝାରପଡା ଜଗନ୍ନାଥ ନଗର ଭଗବତୀ ଏନକ୍ଲେଭରେ ଫ୍ଲାଟ ତିଆରି କଲେ।

ହେଲେ ଫ୍ଲାଟ ଆଉ ଧିରେନ୍ଦ୍ରକୁ ନ ଦେଇ ଅନ୍ଯକୁ ବିକି ଦେଇଥିଲେ। ପରେ ଏନେଇ ଆକ୍ସିସ ବ୍ଯାଙ୍କ ପକ୍ଷରୁ ଏନେଇ ଖାରବେଳଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details