ଓଡିଶା

odisha

ETV Bharat / city

ବିମାନ ବନ୍ଦରରୁ ବିଲଡରଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ - airport

ଠକେଇ ଅଭିଯୋଗରେ ଏକ ବିଲଡର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗରିଫ । ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 2, 2019, 3:44 AM IST

Updated : Jul 2, 2019, 7:24 AM IST

ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ବିଲଡର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗରିଫ । ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବମ୍ବେରୁ ଭୁବନେଶ୍ୱର ଆସୁଥିବା ସମୟରେ ଲିଙ୍ଗରାଜ ଥାନା ଏଏସାଆଇଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ବିଲଡରଙ୍କୁ ଧରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡ୍ରିମ୍ ପାୱାର ଇନ ଫ୍ରା ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମହାନ୍ତି।

ଏଠାରେ ସୂଚନାଯୋଗ୍ୟ, ଅଭିଯୁକ୍ତ ଏକ ବିଲଡର ସଂସ୍ଥା କରି ଶହ ଶହ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଉକ୍ତ ବିଲଡର ଫେରାର ହୋଇଯାଇଥିଲା। ତାଙ୍କ ନାମରେ ଲକ୍ଷ୍ମୀ ସାଗର, ଲିଙ୍ଗରାଜ ଓ ଛତିଶଗଡର କେତେକ ଥାନାରେ ମାମଲା ରହିବା ସହ ଜାମିନ ବିହୀନ ଗିରଫ ପରୱାନା ( ଏନବିଡବ୍ଲୁ) ମଧ୍ୟ ରହିଛି।

ତେବେ ମୁମ୍ବାଇରୁ ଭୁବନେଶ୍ୱର ଆସିଥିବା ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଏକ ଟିମ୍ କରି ବିମାନ ବନ୍ଦରରେ ଜଗି ରହିଥିଲେ । ବିମାନ ବନ୍ଦରରୁ ବାହାରିବା କ୍ଷଣି ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 2, 2019, 7:24 AM IST

ABOUT THE AUTHOR

...view details