ଓଡିଶା

odisha

ETV Bharat / city

ଫେବୃଆରୀ ୧୫ ସୁଦ୍ଧା ଶେଷ ହେବ 2020-21 ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି - bhubaneswar news

ଚଳିତ 2020-21 ଆର୍ଥିକ ବର୍ଷର ବଜେଟ୍‌ ପ୍ରସ୍ତୁତି ପାଇଁ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ଲୋଡିଛନ୍ତି ସରକାର। ସ୍ବତନ୍ତ୍ର ୱେବ ପୋର୍ଟାଲ ଜରିଆରେ ସଂଗ୍ରହ କରାଯିବ ମତାମତ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Budget preparation will be finished by 15 February
ପ୍ରାକ୍‌ ବଜେଟ୍‌ ପ୍ରସ୍ତୁତି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Dec 17, 2019, 7:44 PM IST

ଭୁବନେଶ୍ବର: ପ୍ରାକ୍‌ ବଜେଟ୍‌ ପ୍ରସ୍ତୁତି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ। ଚଳିତ 2020-21 ଆର୍ଥିକ ବର୍ଷର ବଜେଟ୍‌ ପ୍ରସ୍ତୁତି ପାଇଁ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ଲୋଡିଛନ୍ତି ସରକାର। ସ୍ବତନ୍ତ୍ର ୱେବ ପୋର୍ଟାଲ ଜରିଆରେ ମତାମତ ସଂଗ୍ରହ କରାଯିବ। ଡିସେମ୍ବର 18ରୁ ଜାନୁଆରୀ 15 ମଧ୍ୟରେ odisha.budget@gov.in ଏବଂ ହ୍ବାର୍ଟସଆପ୍‌ ନମ୍ବର- 9438161111ରେ ଜନସାଧାରଣ ନିଜ ମତାମତ ଦେଇପାରିବେ।

ପ୍ରାକ୍‌ ବଜେଟ୍‌ ପ୍ରସ୍ତୁତି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ

ସେହିପରି 21 ଡିସେମ୍ବର ଯାଏଁ ସମସ୍ତ ବିଭାଗ ସେମାନଙ୍କର ଆବଶ୍ୟକତା ବିଷୟରେ ଅର୍ଥ ବିଭାଗକୁ ଜଣାଇ ପାରିବେ। ପ୍ରତି ବିଭାଗ ସହିତ ହେବ ୱାନ୍‌ ଟୁ ୱାନ୍‌ ଆଲୋଚନା। ଫେବୃଆରୀ 15 ସୁଦ୍ଧା ବଜେଟ ପ୍ରସ୍ତୁତି ଶେଷ ହେବ। କେନ୍ଦ୍ରୀୟ ବଜେଟ୍‌ ଅନୁଦାନ ଦେଖି ବ୍ୟୟ ବରାଦ କରାଯିବ। ନଭେମ୍ବର ସୁଦ୍ଧା ବଜେଟର 52 ପ୍ରତିଶତ ଖର୍ଚ୍ଚ ହୋଇଛି। ଜିଏସଟି ବାବଦରେ ଅଗଷ୍ଟ-ସେପ୍ଟେମ୍ବରରେ 1194 କୋଟି ଦାବି ଥିଲା। ମାତ୍ର କେନ୍ଦ୍ର 1142 କୋଟି ଦେଇଥିବା ନେଇ ଜଣାଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details