ଭୁବନେଶ୍ବର: ବଜେଟରେ ସେପ୍ଟେମ୍ବର ସୁଦ୍ଧା 37 ପ୍ରତିଶତ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । 1,46,609କୋଟିରୁ 53,265.81 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଡିସେମ୍ବର ସୁଦ୍ଧା 60ପ୍ରତିଶତ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ନିର୍ବାଚନ ଆଚରଣବିଧି, ଫନି, ବୁଲବୁଲ ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରବଳ ବର୍ଷା ଯୋଗୁଁ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ ବୋଲି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଗୃହରେ ଅର୍ଥମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି, ଯେଉଁ ବିଭାଗ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସେହି ବିଭାଗ ମାନଙ୍କ ଠାରୁ ଅର୍ଥ ଫେରାଇ ଆଣି ଅନ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏଥିସହ ସରକାରଙ୍କ ଦ୍ବାରା ସ୍ଥିରୀକୃତ ବ୍ୟାଙ୍କ ଛଡ଼ା ଅନ୍ୟ କୌଣସି ଘରୋଇ ବ୍ୟାଙ୍କରେ ଟଙ୍କା ଜମା ରଖାଯାଇ ପାରିବନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଗାଇଡ଼ ଲାଇନ ଦିଆଯାଇଛି ।