ଓଡିଶା

odisha

ETV Bharat / city

ଏଣିକି ପ୍ରତ୍ୟେକ ଗାଁରେ 4G ସେବା ଯୋଗାଇବ BSNL - ଗାଁରେ ୪ଜି ସେବା ଯୋଗାଇବ ବିଏସଏନଏଲ

ଖୁବଶୀଘ୍ର ଓଡିଶାର ଗାଁ ଗାଁରେ ମିଳିବ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସଏନଏଲର ୪ଜି ସେବା । ପ୍ରତିଶ୍ରୁତି ଦେଲେ ବିଏସଏନଏଲ ଓଡିଶା ସର୍କଲ ସିଜିଏମ । ଅଧିକ ପଢନ୍ତୁ

ଏଣିକି ଗାଁ ଗାଁରେ 4G ସେବା ଯୋଗାଇବ BSNL
ଏଣିକି ଗାଁ ଗାଁରେ 4G ସେବା ଯୋଗାଇବ BSNL

By

Published : Jul 28, 2022, 8:00 AM IST

ଭୁବନେଶ୍ବର:ଖୁବଶୀଘ୍ର ଲଞ୍ଚ ହେବ ବିଏସଏନଏଲ୍(BSNL) 4G ସେବା । ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସଏନଏଲର ପୁନଃରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟରେ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ଯାହାଫଳରେ ଏଣିକି ଗାଁ ଗାଁରେ 4G ସେବା ଯୋଗାଇବ ବିଏସଏନଏଲ୍ । ଏଥିପାଇଁ ଆବଶ୍ୟକ ଟେକ୍ନୋଲୋଜି ଟିସିଏସ ପକ୍ଷରୁ ଯୋଗାଇ ଦିଆଯିବ । କେନ୍ଦ୍ର କ୍ୟାବିନେଟର ଘୋଷଣା ପରେ ଓଡିଶାର ଗ୍ରାମାଞ୍ଚଳରେ 4G ସେବା ଯୋଗାଇବାକୁ ବିଏସଏନଏଲ ଓଡିଶା ସର୍କଲ ପକ୍ଷରୁ ଗ୍ରାହକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସିଜିଏମ ରୁଦ୍ର ନାରାୟଣ ପଲାଇ ।

ଏଣିକି ପ୍ରତ୍ୟେକ ଗାଁରେ 4G ସେବା ଯୋଗାଇବ BSNL

ଏବେ ବି ଓଡ଼ିଶାର ୧,୭୦୦ ଟି ଗାଁରେ ବିଏସଏନଏଲ୍ ପହଞ୍ଚି ପାରିନି । ଏନେଇ କେନ୍ଦ୍ର ସରକାରଙ୍କ ଅନୁଦାନ ପରେ ସେହି ଗାଁ ଗୁଡିକରେ ବିଏସଏନଏଲ୍ ସେବା ଆରମ୍ଭ ହେବ । ଆତ୍ମନିର୍ଭର ଭାରତ ଯୋଜନାରେ ଖୁବଶୀଘ୍ର ରାଜ୍ୟର ସବୁ ଗାଁରେ ୪ଜି ହେବା ଯୋଗାଇ ଦିଆଯିବ । ଏହାସହ ୧.୬୪ ଲକ୍ଷ କୋଟି ଟଙ୍କା ବିନିମୟରେ ଦେଶରେ ଭିତ୍ତିଭୂମି ନିର୍ମାଣ କରାଯିବ । ଅପ୍ଟିକାଲ ଫାଇବର ମାଧ୍ୟମରେ 4G ହାଇସ୍ପିଡ ଇଣ୍ଟରନେଟ ପାଇବେ ଗ୍ରାହକ । ଓଡ଼ିଶାର ୪୭ ହଜାର ଗାଁରେ ସେବା ମିଳିବ । ଏହା ଆସନ୍ତା ୧ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ । 4G ସେବା ଉପଲବ୍ଧ ପରେ କଷ୍ଟମର ବେସ୍ ବୃଦ୍ଧି କରିବା ସହ ଗ୍ରାହକମାନଙ୍କୁ ଉତ୍ତମମାନର ସେବା ଯୋଗାଇ ଦେବାକୁ ବିଏସଏନଏଲ୍ କର୍ମଚାରୀମାନେ ଚେଷ୍ଟା କରିବେ ବୋଲି ସିଜିଏମ୍ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details