ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ଗୃହରେ ଉଠିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରସଙ୍ଗ । ବିଏସକେୱାଇ କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ କମ୍ପିଲା ଗୃହ । ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଓ ବିଜେପିର ସଦସ୍ୟ ।
ବିଭିନ୍ନ ଜିଲ୍ଲାମାନଙ୍କରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରକୃତ ସେବା ପାଇ ପାରୁନାହାନ୍ତି । ଏହି ଯୋଜନାରେ ସ୍ବାସ୍ଥ୍ୟମନ୍ତ୍ରୀ ଯାହା ତଥ୍ୟ ପ୍ରଦାନ କରିଛନ୍ତି ବାସ୍ତବରେ ଲୋକ ସେବା ପାଇଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ନୂଆ ଓ ପୁରୁଣା ହିତାଧିକାରୀଙ୍କୁ ନେଇ ଦିଆଯାଇଥିବା ତଥ୍ୟ ଅନୁସାରେ ସେମାନେ ଉପକୃୃତ ହେଉଛନ୍ତି କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ବିରୋଧୀ । ଲୁଇସିଙ୍ଗା ନିର୍ବାଚନମଣ୍ଡଳୀରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନେ ୫୦୫ଥର ୧ କୋଟି ୩୨ ଲକ୍ଷ ଟଙ୍କା ଦିଆଯାଇଛି । ୨୦୨୯ରୁ ୨୦୨୨ ଯାଏଁ ବିଏସକେୱାଇ ଓ ସିଏମଆରଏଫ ଜରିଆରେ କାହାକୁ କେତେ ଟଙ୍କା ଦିଆଯାଇଛି ଓ କେତେ ଲୋକ ଉପକୃତ ହୋଇଛନ୍ତି ତାର ବିବରଣୀ ମାଗିଛନ୍ତି ଲୁଇସିଙ୍ଗା ବିଧାୟକ ।