ଭୁବନେଶ୍ବର:ରାଜଧାନୀରେ ଅମାନୁଷିକ ଭାବେ ଦୁଇଟି ବୁଲା କୁକୁରକୁ ଗୁଳି ମାଡ଼ ଘଟଣା । ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ମୁତାବକ ତଦନ୍ତ ଚାଲିଛି । ପୋଷ୍ଟମଟମ ରିପୋର୍ଟ ପରେ ହିଁ ପୁରା ଘଟଣାଟି ଜଣାପଡିବା ବୋଲି ପୋଲିସ କହିଛି ।
ତେବେ ରାଜଧାନୀରେ ଅମାନୁଷିକ ଭାବେ ଜଣେ ନିର୍ଦ୍ଦୟ ଦୁଇଟି ବୁଲା କୁକୁରକୁ ଗୁଳିମାଡ କରିଥିଲା। ଘଟଣାସ୍ଥଳରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କୁକୁରଟିକୁ ଗୁରୁତର ଥିବାରୁ ଚିକିତ୍ସା କରାଯାଉଛି ।