ଭୁବନେଶ୍ବର: STF କବ୍ଜାରେ ବ୍ରାଉନ ସୁଗାର ବେପାରୀ । ଗିରଫ ବେପାରୀଙ୍କ ନାମ ଏସ କେ ରାଫିକ୍ୟୁ ଓରଫ ରୁଗା ହୋଇଥିବା ବେଳେ ଗୁରୁବାର ଜଣକୁ ଗିରଫ କରିଛି ଏସଟିଏଫ । ଏହାସହ 1 କେଜି 380 ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 1 କୋଟିରୁ ଅଧକ ଟଙ୍କା ହେବା ନେଇ ସୂଚନା । ବାଲେଶ୍ଵର ପୋଲିସ ସହାୟତାରେ ବାଲେଶ୍ଵର ମସଜିଦ ଗଳିରୁ ରୁଗାକୁ ଗିରଫ କରାଯାଇଛି । ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିବା ନେଇ ସୂଚନା ରହିଛି।
ଏସଟିଏଫ ଏସ୍ପି କିଶୋର ପାଣିଗ୍ରାହି କହିଛନ୍ତି ଯେ, "ଅଧିକ ତଦନ୍ତ ପାଇଁ ଆବଶ୍ୟକ ହେଲେ ରିମାଣ୍ଡରେ ଅଣାଯାଇପାରେ । ଅଭିଯୁକ୍ତ ଜଣକ ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲା । ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ପଞ୍ଚକୁଲରେ । ବାଲେଶ୍ୱର ଅରଡ଼ାବଜାର ଅଞ୍ଚଳରେ ରହି ଚଳାଇଥିଲା ନିଶାକାରବାର । ସେ ଆଗରୁ ମଧ୍ୟ ଏନଡିପିଏସ୍ ଆକ୍ଟରେ ଗିରଫ ହୋଇ ଜେଲ ଯାଇଥିଲା । ଜେଲରୁ ଜାମିନରେ ମୁକୁଳିବା ପରେ ପୁଣିଥରେ ଏହି କାମରେ ଧରାପଡ଼ିଥିଲା । ସହଦେବ ଖୁଣ୍ଟା ପୋଲିସ ସହାୟତାରେ ଧରିଛୁ । ଫାଇନାନସିଆଲ ଇନଭେଷ୍ଟିଗେସନ ପରେ ଜଣାପଡ଼ିବ ଅଭିଯୁକ୍ତର କେତେ ସମ୍ପତି ରହିଛି । ପୂର୍ବରୁ ୩ଟି ଯାକ କେଶରେ ଅଭିଯୁ୍କ୍ତ ଗରଫ ହୋଇଥିଲା । ଗୁଇନ୍ଦା ସୂଚନା ପାଇଥିଲା ଏସ୍ଟିଏଫ୍ । ଶେଷରେ ଏସ୍ଟିଏଫ ବାଲେଶ୍ୱର ପୋଲିସ ସହାୟତାରେ ଚଢାଉ କରିଥିଲା । ଅର୍ଡିବଜାର ରେଲଓ୍ୱ ଲେବଲ କ୍ରସିଂ ନିକଟରୁ ସେଖ୍ ରଫିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।"
ଏହା ମଧ୍ୟ ପଢନ୍ତୁ: STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ଜଣେ ଗିରଫ