ଓଡିଶା

odisha

ETV Bharat / city

ବ୍ରାଉନସୁଗାର କାରବାରରେ ପୋଲିସ ମିତ୍ରଙ୍କ ଭାଇ ଗିରଫ - ବ୍ରାଉନସୁଗାର କାରବାରରେ ଅଭିଯୁକ୍ତ ଗିରଫ

ରାଜଧାନୀରେ ହାଇପ୍ରୋଫାଇଲ ବ୍ରାଉନସୁଗାର‌ କାରବାର ର ଖୁଲାସା । ସାନଭାଇ ପୋଲିସ ମିତ୍ର ହୋଇଥିବାବେଳେ ବଡ଼ ଭାଇ କରୁଛି ବ୍ରାଉନସୁଗାର କାରବାର । ଅଧିକ ପଢ଼ନ୍ତୁ

brown sugar seized in bhubaneswar
ବ୍ରାଉନସୁଗାର କାରବାରରେ ପୋଲିସ ମିତ୍ରଙ୍କ ଭାଇ ଗିରଫ

By

Published : Aug 13, 2022, 8:28 PM IST

ଭୁବନେଶ୍ବର:ରାଜଧାନୀରେ ହାଇପ୍ରୋଫାଇଲ ବ୍ରାଉନସୁଗାର‌ କାରବାର ର ଖୁଲାସା । ସାମ୍ନାକୁ ଆସିଲା ପୋଲିସ ମିତ୍ର ଓ ପଲଟିକାଲ ପାର୍ଟି ଲିଙ୍କ । ବ୍ରାଉନସୁଗାର କାରବାରରେ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲୀ ବସ୍ତିରୁ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଟୁନା ନାୟକ ।

ବ୍ରାଉନସୁଗାର କାରବାରରେ ପୋଲିସ ମିତ୍ରଙ୍କ ଭାଇ ଗିରଫ

ଗିରଫ ବେଳେ ଅଭିଯୁକ୍ତ ପାଖରୁ ୨୦ଲକ୍ଷ ୧୦ହଜାର ଟଙ୍କାର ୪୦୦ରୁ ଅଧିକ ବ୍ରାଉନସୁଗାର ପୁଡିଆ ଜବତ କରିଛି ପୋଲିସ (brown sugar seized in bhubaneswar) । ଟୁନାଙ୍କ ସାନଭାଇ ସହଦେବ ନାୟକକୁ ଅଟକ ରଖି ଅବକାରୀ ଟିମ ପଚରାଉଚରା କରୁଛି । ସବୁଠୁ ବଡ କଥା ଅଟକ ଯୁବକ ଜଣକ କମିଶନରେଟ ପୋଲିସର 'ପୋଲିସ ମିତ୍ର' ଭାବେ କାମ କରନ୍ତି । ଏପରିକି ବିଜେଡିରେ କାମ କରୁଥିବା ମଧ୍ୟ ସେ ନିଜେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ପୋଲିସ ମିତ୍ର ହୋଇ ଭାଇର ବ୍ରାଉନସୁଗାର କାରବାର ସମ୍ପର୍କରେ ପୋଲିସକୁ ସୂଚନା ନଦେବା ଏକ ପ୍ରଶ୍ନ ସୃଷ୍ଟି ହୋଇଛି। ନିଯୁକ୍ତି ନେଇ ସହଦେବ ନାୟକ କହିଛନ୍ତି, "ଜୋନ ୧ଏସିପି ଓ କ୍ୟାପିଟାଲ ଥାନାଧିକାରୀ ପୋଲିସ ମିତ୍ର ଦାୟିତ୍ୱ ଦେଇଥିଲେ ।"

ବ୍ରାଉନସୁଗାର କାରବାରରେ ବଡ ଭାଇର କୌଣସି ହାତ ନାହିଁ ଏବଂ ସେ ପୋଲିସକୁ ସହଯୋଗ କରିବା ପାଇଁ ଆସିଥିବା କହିଛନ୍ତି । ଉକ୍ତ ବସ୍ତିର ଟିକନିକ ଖବର ସହଦେବ ପୋଲିସକୁ ଦେଉଥିଲେ । ମାତ୍ର ନିଜ ଭାଇ ଏଭଳି ଅପରାଧିକ ମାମଲାରେ ଲିପ୍ତ ଥିବା ନେଇ ପୋଲିସକୁ କୌଣସି ସୂଚନା ନଦେବାରୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details