ଭୁବନେଶ୍ବର: ଜୋରଦାର ଚାଲିଛି ବ୍ରାଉନସୁଗାର ଧରପଗଡ । ଗୋଟିଏ ସ୍ପେଶାଲ ଟେକନିକ ଦ୍ବାରା ବ୍ରାଉନସୁଗାର ସପ୍ଲାଏ ବେଳେ ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ ।
ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ - ବ୍ରାଉନସୁଗାର ମାମଲା
ପୁଣି ବ୍ରାଉନସୁଗାର ଜବତ। ସପ୍ଲାଏ ବେଳେ ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, 3 ଗିରଫ । ଅଧିକ ପଢନ୍ତୁ...

ବାଲେଶ୍ବରରୁ ଆସି ଜଣେ ବ୍ୟକ୍ତି କଟକରେ ପହଞ୍ଚିଥିଲେ । ସେଠାରୁ ଜଣେ ଯୁବକଙ୍କ ସହ ଆସି ଖୋର୍ଦ୍ଧାରେ ମାଲ ଡେଲିଭେରୀ କରିବା ସମୟରେ ଧରିଛି ଏସଟିଏଫ ଟିମ । ଜବତ ବ୍ରାଉନସୁଗାରର ମୂଲ୍ୟ ଏକ କୋଟିରୁ ଅଧିକ ହେବ । ଗିରଫ ଅଭିଯୁକ୍ତମାନେ ହେଲେ ଏମଡି ସୟେଜ ଓରଫ ଅବତାବ, ଏସକେ କାମାରୁଦ୍ଦିନ ଓରଫ ମୁନା ଓ ସୌରଭ ପଟ୍ଟନାୟକ । ଏମାନଙ୍କ ଠାରୁ ୧ କେଜି ୨୬୫ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ।
ତେବେ ୨୦୨୦ ରୁ ଏଯାବତ ୩୬ କେଜିର ବ୍ରାଉସୁଗାର, ୭୪ କ୍ବିଣ୍ଟାଲ ୩୮କେଜି ଗଞ୍ଜେଇ ସହ ୧୦୦ ଜଣ ଅଭିଯୁକ୍ତ ନିଶା ସାମଗ୍ରୀ କାରବାର ଘଟଣାରେ ଗିରଫ ହେଲେଣି । କେବଳ ଏସଟିଏଫ ନୁହେଁ କମିସନରେଟ ପୋଲିସ ଓ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ବ୍ରାଉନସୁଗାର କାରବାରରେ ମିଳିତ ଭାବେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ