ଭୁବନେଶ୍ବର:ଗଞ୍ଜେଇ ଚୋରା ଚାଲାଣର ନୂଆ ଉପାୟ । ପିକଅପ ଭ୍ୟାନର ପଛ ଡାଲାରେ ସିକ୍ରେଟ ଚାମ୍ବର କରି ଚାଲାଣ ହେଉଥିଲା ଗଞ୍ଜେଇ । ଖବର ପାଇ ଏସଟିଏଫ ଟିମ ଗାଡିକୁ ଜବତ କରିଛି । ବୌଦ୍ଧ ବାଉଶୁଣି ଶଙ୍ଖାରି ଛକରୁ ପିକପ ଭ୍ୟାନ OD05AZ6553 ନଂ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ମଧ୍ୟ ଗିରଫ କରିଛି ଏସଟିଏଫ । ସେମାନଙ୍କୁ ଠାରୁ 72 କେଜି ଗଞ୍ଜେଇ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋରାପୁଟ ଲକ୍ଷ୍ମଣ ଜାଲ ହୋଇଥିବାବେଳେ ଅନ୍ୟ ଜଣେ ରାୟଗଡାର ରମେଶ ଚନ୍ଦ୍ର କୈଶଲ୍ୟ । ଉଭୟଙ୍କୁ ଏନଡିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ପୋଲିସ ସ୍କାନରରୁ ଖସିବାକୁ ଗାଡି ଖାଲି ଅଛି କହି ଖସିଯାଉଥିଲେ ଅଭିଯୁକ୍ତ ।