ଓଡିଶା

odisha

ETV Bharat / city

ଧଳା ଜହର ବେପାରୀ ଗିରଫ, 30 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ - କମିଶନରେଟ ପୋଲିସ

ରାଜଧାନୀ ଭୁବନେଶ୍ବର ଏବେ ବ୍ରାଉନ ସୁଗର ବେପାରୀଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି । ଆଜି ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିବା ଖବର ମିଳିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 10, 2019, 7:56 PM IST

Updated : Sep 10, 2019, 8:48 PM IST

ଭୁବନେଶ୍ବର: ଧଳା ଜହର କବଳରେ କବଳିତ ରାଜଧାନୀ ଭୁବନେଶ୍ବର । ବାରମ୍ବାର ଚଢାଉ ସତ୍ତ୍ୱେ କମୁନି ଏହାର କଳା କାରନାମା । ଆଜି ପୁଣି କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ହୋଇଥିବା ମିଳିତ ଚଢାଉରେ ଜଣେ ବେପାରୀକୁ ଗିରଫ କରାଯିବା ସହ ତା’ ଠାରୁ 3ଶହ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 30ଲକ୍ଷ ଟଙ୍କା ହେବ। ଏହା ସହିତ ନଗଦ 2ଲକ୍ଷ 14ହଜାର 360 ଟଙ୍କା, ଗୋଟିଏ ବାଇକ ଏବଂ 5ଟି ଫୋନ ମଧ୍ୟ ଜବତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗିରଫ ଅଭିଯୁକ୍ତ ପୁରୀ ଜିଲ୍ଲା ବଳଙ୍ଗାର ସନ୍ତୋଷ ପଣ୍ଡା ଓ ସେ ଜଣେ ଫେରାର ଆସାମୀ ବୋଲି ପୋଲିସ କହିଛି। ଖୋର୍ଦ୍ଧା ଥାନାରେ ଏକ ମାମଲାରେ ଗିରଫ ସେ ଜେଲଦଣ୍ଡ ଭୋଗୁଥିଲେ । ହେଲେ ପାରୋଲରେ ଆସି ଫେରାର ହୋଇ ସେ ଧଳା ଜହର କାରବାର କରୁଥିଲା ବୋଲି ପୋଲିସ ଜଣାଇଛି । ସେ ବାଲେଶ୍ବରରୁ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ବରରେ ବେପାରୀଙ୍କୁ ଯୋଗାଇଥାଏ ବୋଲି ଡିସିପି କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 10, 2019, 8:48 PM IST

ABOUT THE AUTHOR

...view details