ଓଡିଶା

odisha

ETV Bharat / city

ପୋଲିସ ଅଧିକାରୀଙ୍କ ଆଚରଣ ମାପିବେ ନବନିଯୁକ୍ତ କମିଶନର

ଆକ୍ସନ ମୁଡରେ ଟ୍ବିନ ସିଟିର ନବନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଦାୟିତ୍ବ ନେବା ପରେ ପୁରୁଣା ଢାଞ୍ଚାକୁ ଛାଡି ନୂତନ କାର୍ଯ୍ୟପନ୍ଥାକୁ ଆପଣେଇବାକୁ ସେ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ନିର୍ଦ୍ଦେଶ ଅନୁସାରେ, କର୍ତ୍ତବ୍ୟ ପାଳନ ନକରନ୍ତି ତାହେଲେ ଉକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

By

Published : Aug 23, 2019, 5:47 PM IST


ଭୁବନେଶ୍ବର: ଆକ୍ସନ ମୁଡରେ ଟ୍ବିନ ସିଟିର ନବନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । 1990 ବ୍ୟାଚର ଆଇପିଏସ ଅଫିସର ଦୈତ ନଗରୀର ଦାୟିତ୍ବ ନେବା ପରେ ଉଭୟ ସିଟିର ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି । ପୁରୁଣା ଢାଞ୍ଚାକୁ ଛାଡି ନୂତନ କାର୍ଯ୍ୟପନ୍ଥାକୁ ଆପଣେଇବାକୁ ସେ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଅଭିଯୋଗକାରୀଙ୍କ ମନରୁ ପୋଲିସ ପ୍ରତି ଥିବା ନକରାତ୍ମକ ଭାବନାକୁ ଦୂର କରିବା ତାଙ୍କର ଏହି ଥାନା ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ଅଧିକାରୀଙ୍କ ସହ ସେ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବେ । ଯଦି କେହି କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କର୍ତ୍ତବ୍ୟ ପାଳନ ନକରନ୍ତି ତାହେଲେ ଉକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

8ଟି ମାନଦଣ୍ଡ ଉପରେ ପୋଲିସ କର୍ମଚାରୀଙ୍କ ବିଚାର ଉପରେ ବିବେଚନା କରାଯିବ । ଖାଲି ଭଦ୍ର ବ୍ୟବହାର ନୁହେଁ ପୋଲିସର ଚିନ୍ତାଧାରା, ବ୍ୟବସ୍ଥା ଓ ଆଚରଣରେ କିଭଳି ଭାବେ ପରିବର୍ତ୍ତନ ହେବ ସେ ନେଇ ଏକ ପ୍ରଶିକ୍ଷଣ ଦିଆଯିବ । ଯାହା ଆସନ୍ତା ସେପ୍ଟେମ୍ବର 1 ତାରିଖରୁ ସେମାନଙ୍କ ଉପରେ ଲାଗୁ କରାଯିବ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details