ଓଡିଶା

odisha

ETV Bharat / city

ଯୌତୁକ ଜୁଇରେ ନବବଧୂ, ସନ୍ଦେହ ଘେରରେ ପୋଲିସ ପୁଅ - କନଷ୍ଟେବଳ ଶଶୁର ନାମରେ ନବବଧୂ ହତ୍ୟା ଅଭିଯୋଗରେ

ଝିଅ ବେହୋସ ହୋଇଛି ଡାକ୍ତରଖାନା ଆସ । ଡାକ୍ତରଖାନା ଆସି ଦେଖିଲା ବେଳକୁ ଝିଅର ମୃତଦେହ । ତାହା ପୁଣି ବେକରେ ରହିଛି ଦାଗଚିହ୍ନ। ଏମିତି ଭାବରେ ଝିଅର ମୃତ୍ୟୁ ଖବର ଜାଣିବାକୁ ପରିବାର ଲୋକେ ପାଇଥିଲେ । ଝିଅର ଅସୁସ୍ଥ ଜଣାଇଥିବା ଜ୍ବାଇଁ ଓ ଶଶୁର ଉପରେ ସନ୍ଦେହ କରି ତାମାଣ୍ଡୋ ଥାନାରେ ଅଭିଯୋଗ ଆଣିଛନ୍ତି ଝିଅର ବାପା । ଅଧିକ ପଢନ୍ତୁ...

ସନ୍ଦେହ ଘେରରେ ପୋଲିସ ପୁଅ, ଥାନାରେ ନବବଧୂ ହତ୍ୟା ଅଭିଯୋଗ
ସନ୍ଦେହ ଘେରରେ ପୋଲିସ ପୁଅ, ଥାନାରେ ନବବଧୂ ହତ୍ୟା ଅଭିଯୋଗ

By

Published : Sep 20, 2020, 8:00 AM IST

Updated : Sep 20, 2020, 12:34 PM IST

ଭୁବନେଶ୍ବର: ଯୌତୂକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ । ତମାଣ୍ଡୋ ଥାନାର ପୋଲିସ କନେଷ୍ଟବଳ ଓ ପୁଅଙ୍କ ନାଁରେ ଥାନାରେ ଏତଲା । ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକ ।

ଯୌତୁକ ଜୁଇରେ ନବବଧୂ, ସନ୍ଦେହ ଘେରରେ ପୋଲିସ ପୁଅ

ଝିଅ ବେହୋସ ହୋଇଛି ଡାକ୍ତରଖାନା ଆସ । ଡାକ୍ତରଖାନା ଆସି ଦେଖିଲା ବେଳକୁ ଝିଅର ମୃତଦେହ। ଏମିତି ଭାବରେ ଝିଅର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ ପରିବାର ଲୋକେ । ମୃତକର ବେକରେ ଦୌଡି ଚିହ୍ନ ଓ ଶରୀରରେ ନେଡି ପଡିଥିବାର ଦେଖିବାକୁ ମିଳିଥିଲା । ଫଳରେ ଝିଅକୁ ଜ୍ବାଇଁ ଯାମିନ ଗୋଚ୍ଛାୟତ ଓ ଶଶୁର ତଥା ତମାଣ୍ଡୋ ଥାନା ପୋଲିସ କନଷ୍ଟେବଳ ବିଜୟ ଗୋଚ୍ଛାୟତ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ମୁତାବକ ଶନିବାର ଦିନ ୧୧ଟା ସମୟରେ ତମାଣ୍ଡୋ ଅଞ୍ଚଳରେ ରହୁଥିବା ଯାମିନି ଗୋଛାୟତ ଫୋନ କରି ଶଶୁରଙ୍କୁ ଜଣାଇଥିଲେ, ଝିଅ ବନ୍ଦନା ଜେନା ବେହୋସ ହୋଇଯାଇଛି । ତାକୁ ଚିକିତ୍ସା ପାଇଁ ସମ୍ ହସପିଟାଲକୁ ନିଆଯାଇଛି । ତୁରନ୍ତ ଏହି ଖବର ପାଇ ଝିଅର ବାପା ସମରେ ପହଞ୍ଚିଥିଲେ । ହେଲେ ସେଠି ଝିଅକୁ ନପାଇ ପଚାରିଲାବେଳକୁ ତାକୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା ବୋଲି ଜ୍ବାଇଁ କହିଥିଲେ। ପରେ ହସପିଟାଲରେ ପହଞ୍ଚି ଦେଖିଲା ବେଳକୁ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପୂର୍ବରୁ ଝିଅକୁ ଅନେକ ସମୟରେ ନିର୍ଯାତନା ଦିଆଯାଉଥିବା ଘରକୁ ଲୋକଙ୍କୁ ଜଣାଇଥିଲେ ।

ଫେବୃଆରୀ ମାସରେ ଯାମିନିଙ୍କ ସହ ବନ୍ଦନା ବିବାହ କରିଥିଲେ। ପରିବାର ଲୋକଙ୍କ ସହମତିରେ ବାହାଘର ହୋଇଥିଲା। ଶାଶୁ ଘର ଲୋକେ ପୋଲିସ ପରିବାର ହୋଇଥିବାରୁ ବେଶ ଖୁସିଥିଲେ ହେଲେ କିଛିଦିନ ପରେ ଝିଅକୁ ବାଡେଇବା ସହ ଯୌତୂକ ପାଇଁ ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ କରାଯାଇ ଉଭୟ ଜ୍ବାଇଁ ଓ ଶଶୁରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 20, 2020, 12:34 PM IST

ABOUT THE AUTHOR

...view details