ଭୁବନେଶ୍ବର: ପାରାଦୀପ ବନ୍ଦରର କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲା । ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ ଶେଷ ହୋଇଛି । ଖୁବଶୀଘ୍ର ତାଙ୍କୁ କୋର୍ଟ ଚାଲାଣ କରିବ ତଦନ୍ତକାରୀ ସଂସ୍ଥା ସିବିଆଇ । ଆଜି ସିବିଆଇ ନିକଟରେ ଚର୍ଚ୍ଚିତ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । PC ଆକ୍ଟର 1988ର ଧାରା 7,8,9,10, 12ରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହାସହିତ 120(ବି) ଦଫା ବି ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଲାଞ୍ଚ କାରବାର ମାମଲାରେ ୫ ଜଣ ଗିରଫ ହୋଇଛନ୍ତି ।
ସରିଲା ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ, ଖୁବଶୀଘ୍ର କୋର୍ଟ ଚାଲାଣ
ଲାଞ୍ଚ କାରବାର ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ ଶେଷ ହୋଇଛି । ଖୁବଶୀଘ୍ର ତାଙ୍କୁ କୋର୍ଟ ଚାଲାଣ କରିବ ସିବିଆଇ । ଅଧିକ ପଢନ୍ତୁ
ସରିଲା ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ, ଖୁବଶୀଘ୍ର ହେବେ କୋର୍ଟ ଚାଲାଣ
ତେବେ ଯାହା ସୂଚନା ମିଳିଛି, ଲାଞ୍ଚ କାରବାର ଡିଲ୍ ବେଳର ଏକ ଅଡିଓ ସିବିଆଇ ହାତରେ ଲାଗିଛି । ଏହି ଆଧାରରେ ସମସ୍ତଙ୍କୁ ପଚରାଉଚରା କରାଯାଉଛି । ଉଲ୍ଲେଖଯୋଗ୍ୟ, ଗତକାଲି ରାତିରେ ସିବିଆଇ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ରାତି ତମାମ ଜେରା କରିଥିଲା । ଆଜି ସକାଳୁ ସାନପୁଅ ଚର୍ଚ୍ଚିତଙ୍କ ଆତ୍ମସମର୍ପଣ ପରେ ଘରକୁ ଯାଇଛନ୍ତି ମହିମା ମିଶ୍ର ଓ ଚନ୍ଦନ ମିଶ୍ର । ତେବେ ଏଯାବତ୍ ଏହି ମାମଲାରେ ୫ ଜଣ ଗିରଫ ହୋଇଥିବାବେଳେ ଆଗକୁ ଆଉ କିଏ ଛନ୍ଦି ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Aug 6, 2022, 1:41 PM IST