ଭୁବନେଶ୍ବର:ବହୁ ଚର୍ଚ୍ଚିତ ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର । କୋର୍ଟରେ ହାଜର ହେଲେ ଚର୍ଚ୍ଚିତଙ୍କ ସମେତ ୭ ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡ ପରେ ଆଜି କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର କରାଯାଇଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ସିବିଆଇ ଗିରଫ କରିଥିଲା ୭ଜଣଙ୍କୁ ।
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା: ୭ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ - ୭ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
ବହୁ ଚର୍ଚ୍ଚିତ ପାରାଦୀପ ପୋର୍ଟ ଲାଞ୍ଚ କାରବାର ସିବିଆଇ ଗିରଫ କରି ରିମାଣ୍ଡରେ ନେଇଥିଲା ୭ ଅଭିଯୁକ୍ତଙ୍କୁ । ସମସ୍ତ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି କୋର୍ଟରେ ହାଜର କରାଯାଇଛି । ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ । ଅଧିକ ପଢ଼ନ୍ତୁ
ପୁଣି ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ ଆବେଦନ ହୋଇଛି । ଅଡ଼ିଓ କଲ ଭାଇରାଲକୁ ନେଇ ଆଉଥରେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯାଇଛି । ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାରରେ ଏଯାଏ ମୋଟ ୭ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର, ଓଡ଼ିଶା ଷ୍ଟିଭେଡର ପ୍ରାଇଭେଟ୍ ଲିମିଟେଡର ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେ.ସି.ଟି ଗୃପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସ, ପାରାଦୀପ ପୋର୍ଟ ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ମିଡିଲମ୍ୟାନ ସୁମନ୍ତ ରାଉତ ଗିରଫ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର