ଓଡିଶା

odisha

ETV Bharat / city

Brajrajnagar By Poll: ଶାନ୍ତି ଶୃଙ୍ଖଳା ପାଇଁ 3 ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ - Polling in 279 booths videography in half of booths

ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ପ୍ରାର୍ଥି ତାଲିକା ଚୁଡାନ୍ତ ହୋଇଛି। ମତଦାନରେ ମୋଟ ୧୧ ଜଣ ପ୍ରାର୍ଥି ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ଭୋଟର ତାଲିକା ଚୁଡାନ୍ତ ହୋଇଛି । ଅଧିକ ପଢନ୍ତୁ

ଶାନ୍ତି ଶୃଙ୍ଖଳା ପାଇଁ 3 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ
ଶାନ୍ତି ଶୃଙ୍ଖଳା ପାଇଁ 3 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ

By

Published : May 20, 2022, 6:09 PM IST

ଭୁବନେଶ୍ବର: ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ପ୍ରାର୍ଥି ତାଲିକା ଚୁଡାନ୍ତ ହୋଇଛି। ମତଦାନରେ ମୋଟ ୧୧ ଜଣ ପ୍ରାର୍ଥି ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ଭୋଟର ତାଲିକା ଚୁଡାନ୍ତ ହୋଇଛି । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗ ପ୍ରେସମିଟ କରି କହିଛନ୍ତି ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ୩ ହଜାର ୫୨୦ ଦିବ୍ୟଙ୍ଗ ଭୋଟର । ୧ ହଜାର ୬୨୮ ଭୋଟର ୮୦ ବର୍ଷରୁ ଉର୍ଧ୍ଵ ବୟସ୍କର। ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ୩୧୯ ଇଭିଏମ ରହିଛି। ପ୍ରତି ବୁଥରେ ଅତି ବେଶୀରେ ୧ ହଜାର ୨୫୦ ଭୋଟର ରହିବେ ।

ମୋଟ ୨୭୯ ବୁଥ କରାଯାଇଛି । ଗତ ନିର୍ବାଚନରେ ହୋଇଥିବା ବୁଥ ମଧ୍ୟରୁ ୩ ଟି ବୁଥ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସବୁ ବୁଥ ସମାନ ରହିଛି। ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।

ByPoll: ଶାନ୍ତି ଶୃଙ୍ଖଳା ପାଇଁ 3 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ

ସେହିପରି ଆୟୋଗ କହିଛନ୍ତି ଆଜି ଠାରୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି । ଯେଉଁମାନଙ୍କ ଘରୁ ଭୋଟ ସଂଗ୍ରହ ହେବ ସେମାନେ ଆଉ ବୁଥ ରେ ଭୋଟ ଦେଇ ପାରିବେନି। ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବ୍ୟାଲଟ ପଠାସରିଛି। ନିର୍ବାଚନ ପରିଚାଳନା ପାଇଁ ୧ ହଜାର ୩୯୬ ପୋଲିଂ ଅଧିକାରୀ ରହିବେ। ଝାରସୁଗୁଡା ଇଞ୍ଜିନିୟର ସ୍କୁଲରେ ଡିସବର୍ସ କେନ୍ଦ୍ର ହେବ। ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସ କୁ ଥାନାରେ ଡିପୋଜିଟ କରାଯାଇଛି। ପୂର୍ବରୁ ଅପରାଧିକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ NBW ଜାରି କରାଯାଇଛି। ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି।

ଏହାବାଦ ୧୯୫୦ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଅଭିଯୋଗ ଓ ସମସ୍ୟା ନେଇ ଅବଗତ କରିପାରିବେ ଭୋଟର । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ଆବଶ୍ୟକ ସ୍ଥାନରେ ଭିଡିଓ ଗ୍ରାଫି କରାଯିବ। ୩ ଟି କେନ୍ଦ୍ରୀୟ ଫୋର୍ସ ଟିମ ଆସିଛନ୍ତି। ଯେଉଁ ବୁଥରେ କମ ଭୋଟିଂ ହୋଇଥିଲା ସେଠାରେ ‘ମୁଁ ବି ଭୋଟ ଦେବି’ ନାମରେ କ୍ୟାମ୍ପନ କରାଯାଉଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି। ମୋଟ ୩୦ ଟି ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି। ୫ ଟି ପିଙ୍କ ବୁଥ ରହିଛି। ସବୁ ବୁଥରେ ଖରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ତଦାରଖ କରିବ। ଭୋଟ ଦିନ ଓ ଭୋଟ ପରଦିନ ଛୁଟି ଘୋଷଣା କରାଯାଇଛି। କାଜୁଆଲ ଲିଭ ନେଇ ପାରିବେ ଭୋଟର। କୋଭିଡ ପାଇଁ ଥର୍ମାଲ ସ୍କାନିଂ କରାଯିବ। ମାସ୍କ ସାନିଟାଇଜ ବ୍ୟବସ୍ଥା କରାଯାଇଛି। ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେ ନେଇ ରାଜନୈତିକ ଦଳ ଗୁଡିକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୋପନୀୟତା ଭାବେ ଜଣାଇବେ। ସେଠାରେ ସ୍ଥିତି ଦେଖି ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details