ଓଡିଶା

odisha

By

Published : Jun 2, 2022, 6:25 PM IST

Updated : Jun 2, 2022, 7:09 PM IST

ETV Bharat / city

ବ୍ରଜରାଜନଗର ଉପନିର୍ବାଚନ, ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି

ବ୍ରଜରାଜନଗର ଉପନିର୍ବାଚନର ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବ । ଆସନ୍ତାକାଲି ସକାଳ ୮.୦୦ ଟାରୁ ଭୋଟ ଗଣତି ହେବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ପ୍ରସ୍ତୁତ ହୋଇଛି ଭୋଟ ଗଣତି କେନ୍ଦ୍ର । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପନିର୍ବାଚନ, ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି
ବ୍ରଜରାଜନଗର ଉପନିର୍ବାଚନ, ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନର ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବ । ଆସନ୍ତାକାଲି ସକାଳ ୮.୦୦ ଟାରୁ ଭୋଟ ଗଣତି ହେବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ପ୍ରସ୍ତୁତ ହୋଇଛି ଭୋଟ ଗଣତି କେନ୍ଦ୍ର । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ବ୍ରଜରାଜନଗର ଉପନିର୍ବାଚନ, ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଥମେ ୩୦ ମିନିଟ୍‌ ପୋଷ୍ଟାଲ ବାଲଟପେପର ଗଣତି ହେବ । ପରେ ଇଭିଏମ କାଉଣ୍ଟ କରାଯିବ । ୧୪ଟି ଟେବୁଲରେ ଗଣତି କରାଯିବ । ୨୭୯ ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ । ପ୍ରତି ଟେବୁଲରେ ୪ ଜଣ କାଉଣ୍ଟିଂ ଅଫିସର ରହିବେ । ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଜଣାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହୀନି ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 2, 2022, 7:09 PM IST

ABOUT THE AUTHOR

...view details