ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଶୁଭ ସଙ୍କେତ। ବ୍ରଜରାଜନଗର ବାସୀଙ୍କ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ତୃତୀୟ ସ୍ଥାନକୁ ଖସିଛି।
ଶରତ କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସର ଶାସକ ବିଜେଡି ସହ ସିଧା ମୁକାବିଲା ହେବ । 2024ରେ କଂଗ୍ରେସ କ୍ଷମତାକୁ ଆସିବ। ବିଜେପି ନିଜ ସଂସଦୀୟ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା ବିଜେପି ପାଇଁ ବଡ ଧକ୍କା ବୋଲି କହିଛନ୍ତି ଶରତ।