ଭୁବନେଶ୍ବର: ଶିବରାତ୍ରୀକୁ ନେଇ ତେଜିଲା ବିବାଦ । ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ନିଜ ନିଜ ଜିଦରେ ଅଟଳ । ବଡୁ ନିଯୋଗର ବକେୟା ଶ୍ରାବଣୀ ପ୍ରାପ୍ୟ ଓ ପରମ୍ପରା ରକ୍ଷା ଦାବି କରୁଛି ବ୍ରାହ୍ମଣ ନିଯୋଗ । ଦାବି ପୂରଣ ନହେଲେ ବୁଧବାର ନୀତିକାନ୍ତି ବନ୍ଦ ନେଇ ଉଭୟ ନିଯୋଗ ଚେତାବନୀ ଦେଇଛନ୍ତି ।
ସେପଟେ ଦେବୋତ୍ତର କମିଶନରର ଏକ ଟିମ୍ ସହ ମନ୍ଦିର ପ୍ରଶାସନ ଓ ବିଏମସିର ଅଧିକାରୀସ୍ତରୀୟ ଟିମ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି । ଏହା ସହ ଶିବରାତ୍ରୀକୁ ଦୃଷ୍ଟିରେ ରଖି ଆଜି (ମଙ୍ଗଳବାର)ଓ ଆସନ୍ତାକାଲି(ବୁଧବାର) କୋଭିଡ୍ ଟେଷ୍ଟ କରାଯିବ ବୋଲି ସେ ଜଣାଇଛନ୍ତି ।