ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ସ୍ଥାୟୀ କ୍ୟାମ୍ପସ ପାଇଁ ଆନ୍ଦୋଳନରେ ବିପିୟୁଟି ଛାତ୍ର ୟୁନିୟନ - ଲୋୟର ପିଏମଜି

ରାଉରକେଲାରୁ ଭୁବନେଶ୍ବରକୁ ବିପିୟୁଟି ମୁଖ୍ୟ କ୍ୟାମ୍ଫସ ଉଠାଇ ଆଣିବା ପାଇଁ ବିପିୟୁଟି ଛାତ୍ର ୟୁନିୟନ ଲୋୟର ପିଏମଜିରେ ଧାରଣା ଦେଇଛି । କ୍ୟାମ୍ଫସ ନ ଥିବାରୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଫଟୋ ସୋଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 7, 2019, 12:27 AM IST

ଭୁବନେଶ୍ବର: ବିପିୟୁଟିର ସ୍ଥାୟୀ କ୍ୟାମ୍ପସ ପାଇଁ ଛାତ୍ର ୟୁନିୟନ ଦାବି କରିଛି । ଆଜି ବିପିୟୁଟି ଛାତ୍ର ୟୁନିୟନ ପ୍ରତିବାଦ କରି ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା ଦେଇଛି ।

ସ୍ଥାୟୀ କ୍ୟାମ୍ପସ ପାଇଁ ଆନ୍ଦୋଳନରେ ବିପିୟୁଟି ଛାତ୍ର ୟୁନିୟନ

ରାଜ୍ୟରେ ରହିଥିବା ଇଂଜିନିୟରିଂ କଲେଜ ଭିତରୁ 60 ରୁ 70 ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀ ମାନଙ୍କ କିଛି ସମସ୍ୟା ହେଲେ ଭୁବନେଶ୍ବର ଠାରୁ ଅନୁନ୍ୟ 400 କିଲେମିଟର ରାଉରକେଲା ରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡୁଛି ।

ଯାହା ଫଳରେ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ଯେ ମୁଖ୍ୟ କାର୍ଯ୍ୟାଳୟ ଦୂର ନୁହଁ ଅନ୍ୟ ପଟେ ବିପିୟୁଟି ନିଜ ଇଚ୍ଛାରେ ଫି ବୃଦ୍ଧି କରିଛି, କୌଣସି ପରୀକ୍ଷାର ଫଟୋ କପି ଯାହା 50 ରୁ 60 ଟଙ୍କା ଥିଲା ତାହା ବିପିୟୁଟି 200 ଟଙ୍କା ଆଦାୟ କରୁଥିଲା ଏବେ ତାକୁ 500 ଟଙ୍କା କରିଦେଇଛି । ସରକାର ଏଥି ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପ୍ରକାଶ କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଈଟିଭି ଭାରତ

ABOUT THE AUTHOR

...view details