ଭୁବନେଶ୍ୱର: ବିପିୟୁଟିର ଅଫଲାଇନ ପରୀକ୍ଷା ନିଷ୍ପତିକୁ ବିରୋଧ । ଏନେଇ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରାଯାଇଥିଲା । ବିପିୟୁଟିର ଛାତ୍ରଛାତ୍ରୀ ମାଷ୍ଟର କ୍ୟାଣ୍ଟିନରେ ଧାରଣା ଦେଇଥିଲେ । ଏହାପରେ ଓଡ଼ିଶାର ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । କୋଭିଡ଼ ମହାମାରୀ ସମୟରେ ସେମିଷ୍ଟର ପରୀକ୍ଷା ଅଫଲାଇନ୍ ମାଧ୍ୟମରେ କରିବା କେତେଦୂର ଠିକ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି ।
ବୈଷୟିକ ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଛାତ୍ରଛାତ୍ରୀ - bput student gherao it minister resident
ବିପିୟୁଟିର ଅଫଲାଇନ ପରୀକ୍ଷା ନିଷ୍ପତିକୁ ବିରୋଧ । ବୈଷୟିକ ମନ୍ତ୍ରୀଙ୍କ ବାସଭବନ ଘେରାଉ । ଅଧିକ ପଢନ୍ତୁ...
ବୈଷୟିକ ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଛାତ୍ରଛାତ୍ରୀ
ବୈଷୟିକ ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଛାତ୍ରଛାତ୍ରୀ
ସେମିଷ୍ଟର ପରୀକ୍ଷା ଅନଲାଇନ ମାଧ୍ୟମରେ ହବ ବୋଲି ପୂର୍ବରୁ କୁହାଯାଇଥିଲା କିନ୍ତୁ ହଠାତ୍ ଅଫଲାଇନ ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ସମାଧାନ ସୁରୁପ ଅନଲାଇନ ପରୀକ୍ଷା କି ଇଣ୍ଟରନାଲ ମାର୍କ ମାଧ୍ୟମରେ ଆଗାମୀ ସେମିଷ୍ଟରକୁ ଉନ୍ନତି କରିବା ପାଇଁ ଛାତ୍ରଛାତ୍ରୀ ମାନେ ଦାବି ରଖିଛନ୍ତି । ଯଦି ସେମାନଙ୍କ ଦାବି ପୂରଣ କରାନଯାଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ