ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ସମସ୍ତ କାର୍ଯ୍ୟାଳୟ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ - ବିଏମସି କମିଶନର

ସ୍ମାର୍ଟସିଟି ଭୁବନେଶ୍ବରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ଅଧିକ ପଢନ୍ତୁ...

'ସ୍ମାର୍ଟସିଟିରେ ସମସ୍ତ କାର୍ଯ୍ୟାଳୟ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ'
'ସ୍ମାର୍ଟସିଟିରେ ସମସ୍ତ କାର୍ଯ୍ୟାଳୟ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ'

By

Published : Jul 18, 2021, 8:05 PM IST

ଭୁବନେଶ୍ବର: ରାଜଧାନୀରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ବିଏମସି । ତେବେ ସ୍ମାର୍ଟସିଟିରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । ନଚେତ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ଏନେଇ ବିଏମସି ନିୟମକୁ କଡାକଡି କରିଛି ।

ଭୁବନେଶ୍ବରରେ ସମସ୍ତ କାର୍ଯ୍ୟାଳୟର କର୍ମଚାରୀମାନେ କୋଭିଡ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରି ହାତ ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମ ମାନିବା ଆବଶ୍ୟକ । ସଂକ୍ରମଣରେ ନିୟନ୍ତ୍ରଣ ଆସିବା ପରେ ରାଜଧାନୀର କିଛି କାର୍ଯ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ହୋଇଛି । କୋଭିଡ ମାମଲା ନ ବଢିବା ପାଇଁ ବିଏମସି ନିୟମକୁ କଡାକଡି କରିଛି । କମିଶନର ସଞ୍ଜୟ କୁମାର ସିଂ ସହରର ସମସ୍ତ କାର୍ଯ୍ୟାଳୟ ଏବଂ ସଂଗଠନର କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଛନ୍ତି ।

ସୋମବାରଠାରୁ ବିଏମସିର ଏନଫୋର୍ସମେଣ୍ଟ ଟିମ ସହରର କାର୍ଯ୍ୟକ୍ଷେତ୍ରକୁ ହଠାତ ପରିଦର୍ଶନ କରି ସ୍ଥିତି ପରଖିବ । କର୍ମଚାରୀମାନେ କୋଭିଡ ନିୟମକୁ ମାନୁଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ । ଯଦି କୌଣସି ସଂସ୍ଥା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କଲେ ମହାମାରୀ ରୋଗ ଅଧିନିୟମର ଧାରା (୧) ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି କାର୍ଯ୍ୟାଳୟ କିମ୍ବା ସଂସ୍ଥା ବାରମ୍ବାର ନିୟମକୁ ଖଣ୍ଡନ କରୁଛନ୍ତି, ବିଏମସି ସେହି ସଂସ୍ଥାଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିପାରେ ବୋଲି କମିଶନର କହିଛନ୍ତି ।

କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଯେକୌଣସି କାର୍ଯ୍ୟାଳୟରେ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହେଲେ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି କରାଯାଇଥିବା ପ୍ରୋଟୋକଲକୁ ଅନୁସରଣ କରାଯିବ ଏବଂ କାର୍ଯ୍ୟାଳୟର ସମ୍ପୃକ୍ତ ମୁଖ୍ୟଙ୍କୁ ସୂଚନା ଦିଆଯିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details