ଭୁବନେଶ୍ବର: ଏଣିକି ବାରରେ ବାଉନ୍ସର ରଖିପାରିବେନି ମାଲିକ । ବାରଗୁଡିକ ପାଇଁ ଗାଇଡ୍ଲାଇନ ଜାରି କଲା କମିଶନରେଟ୍ ପୋଲିସ । ବିଭିନ୍ନ ବାଉନ୍ସରମାନେ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ନେଇ ଏକାଧିକ ଅଭିଯୋଗ ଆସିବା ପରେ ଏପରି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ଏପରିକି ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସୀରୁ ମଧ୍ୟ କର୍ମଚାରୀ ନିୟୋଜିତ କରି ପାରିବେନାହିଁ ବାର ମାଲିକ ।
କମିଶନରେଟ ପୋଲିସର ନୂଆ ନିୟମ, ବାଉନ୍ସରଙ୍କୁ ବାର ମନା - bar guideline
ବାର ପାଇଁ ନୂଆ ଗାଇଡଲାଇନ ଆଣିଲା କମିଶନରେଟ ପୋଲିସ । ରହି ପାରିବେ ନାହିଁ ବାଉନ୍ସର । ଗ୍ରାହକଙ୍କ ଦ୍ବାରା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ହେଲ୍ପଲାଇନରେ ସମ୍ପର୍କ କରିବାକୁ ନିର୍ଦ୍ଦେଶ । ଅଧିକ ପଡନ୍ତୁ...

କମିଶନରେଟ ପୋଲିସର ନୂଆ ନିୟମ, ବାଉନ୍ସରଙ୍କୁ ବାର ମନା
ନୂଆ କରି କମଶନରେଟ ପୋଲିସ ଜାରି କରିଥିବା ଗାଇଡଲାଇନ ଅନୁସାରେ, ଯେଉଁମାନେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ ନିକଟସ୍ଥ ଥାନାରେ ସେମାନଙ୍କର ସମସ୍ତ ତଥ୍ୟ ରହିବା ସହ ତାଙ୍କର ଅପରାଧିକ ପୃଷ୍ଠଭୂମି ପରଖାଯିବ। ଯଦି କୌଣସି ବାରରେ ଗ୍ରାହକମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରନ୍ତି ତେବେ, ୧୧୨କୁ ଡାଏଲ କରିପାରିବେ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Nov 1, 2021, 5:32 PM IST