ଓଡିଶା

odisha

ETV Bharat / city

କଂଗ୍ରେସରେ କନ୍ଦଳ, କିଏ ଆଣିଲା ବାଉନ୍ସର - କଂଗ୍ରେସରେ କନ୍ଦଳ

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବାଉନ୍ସର ମୁତୟନକୁ ନେଇ ଜୋର ଧରିଛି ଦଳ ଭିତରେ କନ୍ଦଳ। ସିଧାସଳଖ ଅନେକ ବରିଷ୍ଠ ନେତା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଇତିହାସରେ ଏପରି ଘଟଣା କେବେ ଘଟିନଥିଲା ବୋଲି ଆରୋପ ଲଗାଇଛନ୍ତି ଦଳୀୟ ନେତା।

congress-bhawana
congress-bhawana

By

Published : Jan 18, 2020, 7:42 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ କିଏ ଆଣିଲା ବାଉନ୍ସର। କାହା ଇଙ୍ଗିତରେ ଜଗିଲେ ବାଉନ୍ସର। କିଏ ନିଜକୁ ଏତେ ଦୁର୍ବଳ ମନେକରୁଛି ଯେ ସୁରକ୍ଷା ପାଇଁ ନେଉଛି ବାଉନ୍ସରଙ୍କ ସହଯୋଗ। ଏହାକୁ ନେଇ ଏବେ କଂଗ୍ରେସରେ ଆରମ୍ଭ ହୋଇଛି କନ୍ଦଳ। ବରିଷ୍ଠଙ୍କ ଠାରୁ କନିଷ୍ଠ ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଛନ୍ତି।

ଏପଟେ ଦଳର ବରିଷ୍ଠ ନେତା କାହ୍ନୁ ଲେଙ୍କାଙ୍କ ବୟାନ ଏହି ଘଟଣାକୁ ଆହୁରି ଖୋରାକ ଯୋଗାଇଛି। ପ୍ରଥମ ଥର ପାଇଁ କଂଗ୍ରେସ ଭବନରେ କଳା ଡ୍ରେସ ପିନ୍ଧା ଗୁଣ୍ତା ପଶିଲେ, ଅତୀତରେ ଏପରି କେବେ ହୋଇନଥିଲା। ଧସ୍ତାଧସ୍ତି ହୁଏ, କଥା କଟାକଟି ହୁଏ, ହେଲେ ବାଉନ୍ସର ପୁରାଇ ପାଟି ଚୁପ କରାଯାଇନଥିଲା ବୋଲି ସେ କହିଛନ୍ତି।

ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଏ ଘଟଣାକୁ ବିରୋଧ କରିଛନ୍ତି। କଂଗ୍ରେସରେ ଏପରି କେବେ ହୋଇନଥିଲା। କଳା ଡ୍ରେସ ପିନ୍ଧା ଗୁଣ୍ଡା କାହିଁକି ପଶିଲେ ବୋଲି ପ୍ରଶ୍ନ ସେ ପ୍ରଶ୍ନ କରିଛନ୍ତି। କେବଳ ସୁର ରାଉତରାୟ ନୁହଁନ୍ତି, କୋରାପୁଟ ବିଧାୟକ ତଥା ଦଳର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ମଧ୍ୟ ପିସିସି ସଭାପତିଙ୍କୁ ଟାର୍ଗେଟ କରିବା ସହ ବାଉନ୍ସର କିଏ ଜଗାଇଲା ତାହାର ତଦନ୍ତ ପାଇଁ ଦାବି କରିଛନ୍ତି।

କଂଗ୍ରେସରେ କନ୍ଦଳ, କିଏ ଆଣିଲା ବାଉନ୍ସର

ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ବୈଠକ ହେବାକୁ ଥିବାବେଳେ ବାହାରେ ଛାତ୍ର କଂଗ୍ରେସର କର୍ମୀ ପ୍ରତିବାଦ କରିଥିଲେ। ପୂର୍ବତନ ସଭାପତି ଇତିଶ ପ୍ରଧାନଙ୍କ ସହ ଅନ୍ୟାୟ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ଆଣିଥିଲେ। ସେପଟେ ଦଳୀୟ କାର୍ଯ୍ୟାଳୟରେ ବୈଠକ ଚାଲିଥିଲା, ହେଲେ ବାହାରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଥିବା ଦେଖିବାକୁ ମିଳିଥିଲା। ଏପରିସ୍ଥଳେ ସଭାପତି ନିରଞ୍ଜନ ପଟ୍ଟନାୟକ ଓ କେନ୍ଦ୍ରୀୟ ନେତା ବାଉନ୍ସରଙ୍କ ଜରିଆରେ ପ୍ରବେଶ କରିଥିଲେ। ଯାହା ଏବେ ଦଳ ପାଇଁ ବିବାଦ ଭାବେ ଉଭାହୋଇଛି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details