ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟର ଆଲୁମିନି ଆସୋସିଏସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ କରି ଉତ୍କଳ ବିଶ୍ଵବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଇକୋ ସିଷ୍ଟମକୁ ବଢାଇବା, ବିଶ୍ୱବିଦ୍ୟାଳୟକୁ ପରିବର୍ତ୍ତନ କରିବା ଦିଗରେ କାର୍ଯ୍ୟ କରିବା ଦିଗରେ ଆଲୋଚନା କରାଯାଇଛି ।
ରାଜ୍ୟରେ ଅନେକ ଘରୋଇ ବିଶ୍ୱବିଦ୍ୟାଳୟ ରହିଛି, ଯାହା ଶିକ୍ଷା ଓ ଅନ୍ୟ ସବୁ କ୍ଷେତ୍ରରେ ଆଗୁଆ ରହୁଛି। ସେହିପରି ରାଜ୍ୟର ଉତ୍କଳ ବିଶ୍ଵବିଦ୍ୟାଳୟ ଅନ୍ୟତମ ଏକ ପୁରାତନ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟ ଆଗକୁ କିଭଳି ବଢିବ ତାହା 50 ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତରେ ରହିଛି କିନ୍ତୁ, ବାକି 50 ପ୍ରତିଶତ ପୁରାତନ ଛାତ୍ରଛାତ୍ରୀଙ୍କ ହାତରେ ରହିଛି ବୋଲି ବୈଠକରେ ଆଲେଚନା ହୋଇଥିଲା । ଏନେଇ ଚିନ୍ତା କରିବାକୁ ପଡିବ ବୋଲି ପୂରାତନ ଛାତ୍ରଛାତ୍ରୀ ମାନେ କହିଥିଲେ ।