ଓଡିଶା

odisha

ETV Bharat / city

Omicron Tension: ଚିନ୍ତା ବଢାଉଛି ଓମିକ୍ରନ, ଫୋକସରେ ସୀମାନ୍ତ ଜିଲ୍ଲା - odisha govt focus on border district after omicron detected

ଦିନକୁ ଦିନ ବଢୁଛି ଓମିକ୍ରନ ସଂକ୍ରମିତଙ୍କ (Omicron cases) ସଂଖ୍ୟା । ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାର ଏକଦମ ପ୍ରସ୍ତୁତ ହୋଇଛନ୍ତି । ସୀମାନ୍ତ ଜିଲ୍ଲାଗୁଡିକୁ ଅଧିକ ଫୋକସ ଦିଆଯାଉଥିବା କହଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ଓମିକ୍ରନ ଭୟାବହତା, ଫୋକସରେ ସୀମାନ୍ତ ଜିଲ୍ଲା
ଓମିକ୍ରନ ଭୟାବହତା, ଫୋକସରେ ସୀମାନ୍ତ ଜିଲ୍ଲା

By

Published : Dec 15, 2021, 1:01 PM IST

ଭୁବନେଶ୍ବର:ଦିନକୁ ଦିନ ବଢୁଛି ଓମିକ୍ରନ ସଂକ୍ରମିତଙ୍କ (Omicron cases) ସଂଖ୍ୟା । ରାଜ୍ୟରେ ଏହାର ସଂଖ୍ୟା ଶୂନ ଥିଲେ ବି ଦେଶରେ ୫୦ ପାର କରିଛି । ଏନେଇ ଲୋକଙ୍କ ଭିତରେ ଭୟାବହତା ବଢିଛି । ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାର ଏକଦମ ପ୍ରସ୍ତୁତ ହୋଇଛନ୍ତି । ଟୀକାକରଣ ସହିତ ତଦାରଖକୁ ଗୁରୁତ୍ବ ଦିଆଯାଇଛି । ସୀମାନ୍ତ ଜିଲ୍ଲାଗୁଡିକୁ ଅଧିକ ଫୋକସ ଦିଆଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଓମିକ୍ରନ ଭୟାବହତା, ଫୋକସରେ ସୀମାନ୍ତ ଜିଲ୍ଲା

ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି । ନୂଆ ଭାରିଏଣ୍ଟ ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି । ଜିନମ ସିକ୍ୟୁଏନସିଂ କରାଯାଉଛି । ସମ୍ପୂର୍ଣ୍ଣ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଶୀଘ୍ର ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବାହାର ଦେଶରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ କଡା ନଜର ରଖାଯାଉଛି । ଲକ୍ଷଣ ଥିଲେ ସେମାନଙ୍କ ପରୀକ୍ଷା କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ବିଶ୍ବସ୍ବାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି । ଏହି ଭାରିଆଣ୍ଟ ଅଧିକ ଘାତକ ହେଉ କି ନ ହେଉ ସତର୍କତା ଅବଲମ୍ବନ କରିବାକୁ ପଡିବ । ସରକାରଙ୍କ ସମସ୍ତ ପ୍ରୋଟକଲ ପାଳନ ହେଉଛି । ବାହାରୁ ଆସିଥିବା ୪ଜଣଙ୍କ ନମୁନା ନେଗେଟିଭ ଆସିଛି । ଆଇଏଲଏସ ପରୀକ୍ଷା ଜାରି ରଖିଛି । ତାର ରିପୋର୍ଟ ଆଧାରରେ ପରବର୍ତ୍ତୀ ପ୍ରକ୍ରିୟା ଗ୍ରହଣ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details