ଭୁବନେଶ୍ବର: ବିଧାନସଭାରେ ମହାମାରୀ କୋରନା ପୁଣି ଥରେ ପଶିବା ପରେ ଏବେ ବଢିଛି ଚିନ୍ତା । ବିଧାନସଭା ସଚିବ ଦାଶରଥୀ ଶତପଥୀ (Assembly Secretary Dashrathi Shatapathi) ଙ୍କ ସମେତ ଅନ୍ୟ ୨ ଜଣ କୋଭିଡ ପଜିଟିଭ ହୋଇଛନ୍ତି ।
ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ଅନ୍ୟ ୨ ଜଣ କୋଭିଡ ପଜିଟିଭ ଅଛନ୍ତି । ତାଙ୍କ ସଂସ୍ପର୍ଶ ଆମେ ଆସିଥିବାରୁ ଆମର ୬ ଜଣଙ୍କ ମଧ୍ୟ ଆଣ୍ଟିଜେମ ଟେଷ୍ଟ ହୋଇଥିଲା । କିନ୍ତୁ ସମସ୍ତଙ୍କର ନେଗେଟିଭ ଆସିଛି । ବିଧାନସଭା ସଚିବଙ୍କ ସଂସ୍ପର୍ଶ ଯେଉଁ ମାନେ ମଧ୍ୟ ଆସିଛନ୍ତି ସମସ୍ତଙ୍କର ଟେଷ୍ଟ କରାଯିବ ବୋଲି କହିଛନ୍ତି ବାଚସ୍ପତି ।