ଓଡିଶା

odisha

ETV Bharat / city

ଏପ୍ରିଲ 3 ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବିତରଣ - ଆସନ୍ତା ଶିକ୍ଷାବର୍ଷ ପାଇଁ ପୁସ୍ତକ ବିତରଣ

ଆସନ୍ତା ଏପ୍ରିଲ 3 ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ନବମ ଓ ଦଶମ ଶ୍ରେଣୀସ୍ତରରେ ଆବଶ୍ୟକ ପଡ଼ୁଥିବା ଆନୁମାନିକ 8 ଲକ୍ଷ ପାଠ୍ୟ ପୁସ୍ତକ ମୁଦ୍ରଣ କରାଯାଇ ମାର୍ଚ୍ଚ 20 ତାରିଖ ସୁଦ୍ଧା ସମସ୍ତ ବିତରଣକାରୀଙ୍କୁ ଅବଗତ କରିବା ପାଇଁ ସ୍ଥିର କରାଯାଇଛି ।

book distribution for comign session, bhubaneswar latest news, minister sameer das meeting, education latest news, ଶିକ୍ଷା ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଆସନ୍ତା ଶିକ୍ଷାବର୍ଷ ପାଇଁ ପୁସ୍ତକ ବିତରଣ, ମନ୍ତ୍ରୀ ସମୀର ଦାଶଙ୍କ ବୈଠକ
ଏପ୍ରିଲ 3 ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବିତରଣ

By

Published : Mar 6, 2020, 11:00 PM IST

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଦ୍ୟାବଧି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଥିବା 24954127 ପାଠ୍ୟ ପୁସ୍ତକ ମଧ୍ୟରୁ 24214712 ପାଠ୍ୟ ପୁସ୍ତକ ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ବିତରଣ କରାଯାଇଛି, ଯାହାକି 99 ପ୍ରତିଶତ ରହିଥିବା ସୂଚନା ।

ଆସନ୍ତା ଏପ୍ରିଲ 3 ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ନବମ ଓ ଦଶମ ଶ୍ରେଣୀସ୍ତରରେ ଆବଶ୍ୟକ ପଡ଼ୁଥିବା ଆନୁମାନିକ 8 ଲକ୍ଷ ପାଠ୍ୟ ପୁସ୍ତକ ମୁଦ୍ରଣ କରାଯାଇ ମାର୍ଚ୍ଚ 20 ତାରିଖ ସୁଦ୍ଧା ସମସ୍ତ ବିତରଣକାରୀଙ୍କୁ ଅବଗତ କରିବା ପାଇଁ ସ୍ଥିର କରାଯାଇଛି । ଏଥିସହିତ ମାର୍ଚ୍ଚ 24 ତାରିଖରୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିତରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ 2.5 ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀମାନଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ ବିତରଣ ଏହି ସମୟ ମଧ୍ୟରେ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷଠାରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶାଳୟମାନେ ବର୍ଷ ତମାମ କାର୍ଯ୍ୟକ୍ରମର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details