ଓଡିଶା

odisha

ETV Bharat / city

ବଡଗଡରେ ବୋମାମାଡ, ଠିକାଦାରଙ୍କ ଘରକୁ ଟାର୍ଗେଟ - bomb attack in bhubaneswar

ବଡଗଡ ଥାନା ଅଧିନସ୍ଥ ରତ୍ନାକର କଲୋନିରେ ବୋମାମାଡ ହୋଇଛି । ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ କରିଥିବା ସୂଚନା ରହିଛି ।

bomb attack
ପ୍ରତିକାତ୍ମକ ଫଟୋ

By

Published : Dec 15, 2019, 11:42 PM IST

Updated : Dec 16, 2019, 4:51 AM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଠିକାଦାରଙ୍କ ଘର ଉପରକୁ ହୋଇଛି ବୋମାମାଡ । ବଡଗଡ ଥାନା ଅଧିନସ୍ଥ ରତ୍ନାକର ବାଗ କଲୋନୀରେ ରହୁଥିବା ସଚ୍ଚିତାନନ୍ଦ ପାତ୍ରଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ ।

ଦୁଇ ଜଣ ଦୁର୍ବୃତ୍ତ ଆସି ଠିକାଦାରଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ରହିଛି । ଖବର ପାଇ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 16, 2019, 4:51 AM IST

ABOUT THE AUTHOR

...view details