ଓଡିଶା

odisha

ETV Bharat / city

ଓଡ଼ିଶାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ଓଡ଼ିଶାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ । ସେ ମହିଳା ବାଣିଜ୍ୟ ମେଳାରେ ଯୋଗଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

By

Published : May 8, 2022, 9:45 PM IST

ମୁଖ୍ୟମନ୍ତ୍ରୀଙ୍କ ସହ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲଙ୍କ ଭେଟଘାଟ
ମୁଖ୍ୟମନ୍ତ୍ରୀଙ୍କ ସହ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲଙ୍କ ଭେଟଘାଟ

ଭୁବନେଶ୍ବର:ଓଡ଼ିଶାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ(Actor Arjun Rampal in Odisha) । ସେ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Bollywood Actor Arjun met CM Naveen)ଙ୍କୁ ଭେଟିଛନ୍ତି । ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ଅର୍ଜୁନ । ରାଜ୍ୟରେ ପ୍ରଥମ କରି ଆୟୋଜିତ ହୋଇଥିବା ମହିଳା ବାଣିଜ୍ୟ ମେଳା(Women Business Mela)ରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜଣାପଡ଼ିଛି ।

ମହିଳା ବାଣିଜ୍ୟ ମେଳାର ଆୟୋଜକ ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ଅର୍ଜୁନ

ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଓଡ଼ିଶା ଗସ୍ତରେ ଥିବା ଅଭିନେତା ଅର୍ଜୁନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶା ଓମେନ୍ସ ମେଳାରେ ଅତିଥି ଭାବେ ଯୋଗ ଦେଇଥିଲେ ଅର୍ଜୁନ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଓଡ଼ିଶାର ସୁନ୍ଦରତାରେ ବିଭୋର ହୋଇଥିବା ସେ କହିଛନ୍ତି । ଓଡିଶାର ସୁନ୍ଦର ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ କୀର୍ତ୍ତିରାଜି ତାଙ୍କୁ ଆକୃଷ୍ଟ କରିଥିବା ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲଙ୍କ ଭେଟଘାଟ

ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବାବେଳେ ଏଠାରେ ହିଁ ସର୍ବଦା ରହିଯିବାକୁ ଇଚ୍ଛା ହେଉଥିବା ଅର୍ଜୁନ କହିଛନ୍ତି । ସେହିପରି ମହିଳା ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ସୂଚନା ଥାଉ କି ଏହି ମେଳା ମହିଳାମାନଙ୍କ ଦ୍ବାରା ମହିଳାମାନଙ୍କ ପାଇଁ ଆୟୋଜିତ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details