ଓଡିଶା

odisha

ETV Bharat / city

ବଦଳିଲା ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ ଟାଇମ - ସମୟ

ବଦଳିବ ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସର ଯାତ୍ରା ସମୟ । ଟ୍ରେନ ପରିଚାଳନାଗତ କାରଣ ଯୋଗୁଁ ପୂର୍ବତଟ ରେଳବାଇ ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ସମୟ ପରିବର୍ତ୍ତନ କରୁଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 20, 2019, 5:29 PM IST

ଭୁବନେଶ୍ବର: ବଦଳିବ ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସର ଯାତ୍ରା ସମୟ । ଟ୍ରେନ ପରିଚାଳନାଗତ କାରଣ ଯୋଗୁଁ ପୂର୍ବତଟ ରେଳବାଇ ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ସମୟ ପରିବର୍ତ୍ତନ କରୁଥିବା ସୂଚନା । ତେବେ ସେପ୍ଟେମ୍ବର ପହିଲାରୁ 12894 ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତନ କରାଯାଇ 15 ମିନିଟ ବିଳମ୍ବ କରାଯିବା ପାଇଁ ସ୍ଥିର କରାଯାଇଛି ।


ସୂଚନା ଅନୁଯାୟୀ ସେପ୍ଟେମ୍ବର ପହିଲାରୁ ସମ୍ପୃକ୍ତ ଟ୍ରେନଟି ବଲାଙ୍ଗୀରରୁ ନିର୍ଦ୍ଧାରିତ ସମୟ ଅପରାହ୍ନ 2ଟା 30 ମିନିଟ ପରିବର୍ତ୍ତେ ଅପରାହ୍ନ 2ଟା 45 ମିନିଟରେ ବାହାରିବ । ଏହି ଅନୁଯାୟୀ ଭୁବନେଶ୍ବରରେ ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟ ରାତି 9ଟା 40 ମିନିଟ ପରିବର୍ତ୍ତେ 9ଟା 55 ମିନିଟରେ ପହଞ୍ଚିବ । ଏଥିସହ ଏହି ଇଣ୍ଟରସିଟି ଏକ୍ସପ୍ରେସ ପାଇଁ ସ୍ଥିରୀକୃତ ଷ୍ଟେସନମାନଙ୍କରେ ମଧ୍ୟ ସମୟରେ ପରିବର୍ତ୍ତନ କରାଯାଇଛି ।


ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ ଲୋଇସିଙ୍ଗାରୁ ଅପରାହ୍ନ 3ଟା 03 ମିନିଟ, ବରଗଡ ରୋଡରୁ ଅପରାହ୍ନ 3ଟା 49 ମିନିଟ, ସମ୍ବଲପୁରରୁ ଅପରାହ୍ନ 4ଟା 50 ମିନିଟ, ରେଢାଖୋଲରୁ ଅପରାହ୍ନ 5ଟା 57 ମିନିଟ, ଅନୁଗୋଳରୁ ସନ୍ଧ୍ୟା 7ଟା 29ମିନିଟ, ତାଳଚେର ରୋଡରୁ ସନ୍ଧ୍ୟା 7ଟା 41 ମିନିଟ, ଢେଙ୍କାନାଳରୁ ରାତି 8ଟା 31 ମିନିଟ ଓ ନରାଜ ମାର୍ଥାପୁରରୁ ରାତି 9ଟା 17 ମିନିଟରୁ ଛାଡି ଭୁବନେଶ୍ବର ଯାତ୍ରା କରିବା ନେଇ ସୂଚନା ।


ତେବେ 12893 ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସର ସମୟ ସାରଣୀ ଓ ସ୍ଥିରୀକୃତ ଷ୍ଟେସନରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣା ପଡିଛି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details