ଓଡିଶା

odisha

ETV Bharat / city

ବାହାରିନରେ ଭାସିଲା ଓଡିଶା ବୋଇତ, ଆରବ ସାଗରରେ ବନ୍ଦାପନା କଲେ ଓଡିଆ - kartik purnima

ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ବରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତି ସହିତ ବାହାରିନ ଓଡ଼ିଆ ସମାଜ ଦ୍ବାରା ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ବାହାରିନରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ
ବାହାରିନରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

By

Published : Nov 20, 2021, 8:31 AM IST

ଭୁବନେଶ୍ବର: ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ବରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତି ସହିତ ବାହାରିନ ଓଡ଼ିଆ ସମାଜ ଦ୍ବାରା ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ବାହାରିନ ଓଡ଼ିଆ ସାମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ବରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଉତ୍ସବ ପାଳନ କରିଛନ୍ତି । ଆ-କା-ମା ବୈ ଲୋକଗୀତ ସହିତ କୋଣାର୍କ ଚକ୍ର, ଭାରତୀୟ ଜାତୀୟ ପତାକା, ପାନ ଗୁଆ, କଦଳୀପତ୍ର, ପୁଷ୍ପ ଓ ଆଲୋକରେ ସୁଶୋଭିତ ସ୍ମାରକ ବୋଇତକୁ ଧୂପ ଦ୍ବୀପ ସହିତ ଆରବ ସାଗରରେ ବନ୍ଦନା କରିଛନ୍ତି । ପରେ ପରେ ମାନମା ସ୍ଥିତ ଦୁଇଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିର ଦର୍ଶନ କରିଥିଲେ ।

ବାହାରିନରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ଏହି ଅବସରରେ ଉପସ୍ଥିତ ଓଡ଼ିଆ ଭାଇ ଭଉଣୀଙ୍କୁ ଉଦବୋଧନ ଦେଇ ଡ. ପ୍ରହରାଜ କହିଛନ୍ତି ଯେ, ଏହି ବୋଇତ ମାଧ୍ୟମରେ ଓଡ଼ିଆ ସାଧବପୁଅ ସାତ ଦରିଆ ପାରି ହୋଇ ଓଡ଼ିଶାର ଗ୍ରାମ୍ୟ ଉତ୍ପାଦିତ ଦ୍ରବ୍ୟ ବିଦେଶରେ ବାଣିଜ୍ୟ କରିବାକୁ ଯାଉଥିଲେ । ଓଡ଼ିଶାର ମହାନଦୀରୁ ଏହି ଯାତ୍ରା ଆରମ୍ଭ ହୋଇ କଳିଙ୍ଗ ସାଗରଦେଇ ସେମାନେ ଇଣ୍ଡୋନେସିଆ ତଥା ବୋର୍ଣ୍ଣିଓ, ଜାଭା, ସୁମାତ୍ରା ଆଦି ଅଞ୍ଚଳରେ ବାଣିଜ୍ୟ କରୁଥିଲେ ଏବଂ ଫେରିବା ବାଟରେ ନାନାଦି ବିଦେଶୀ ଦ୍ରବ୍ୟ ସହିତ ଓଡ଼ିଶାକୁ ସମୃଦ୍ଧି ନେଇ ଫେରୁଥିଲେ । ସାଧଵମାନଙ୍କ ଶୁଭଯାତ୍ରା ମଙ୍ଗଳ କାମନା କରି ସାଧବ ବୋହୂମାନେ ବୋଇତର ବନ୍ଦନା କରି ଥାଆନ୍ତି । ଏହାର ସ୍ମାରକୀ ସ୍ବରୂପ ଆଜି ବି କଟକ ମହାନଦୀ ପଠାରେ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବାହାରିନରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ତେବେ ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ଓ ଭାରତ ବାହାରିନ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତି ଅବସରରେ ଏହି କାର୍ଯ୍ୟକ୍ରମକୁ ବିଶେଷ ଆନନ୍ଦ ଉଲ୍ଲାସ ସହିତ ବାହାରିନ ଓଡ଼ିଆ ସମାଜ ପାଳନ କରିଛି । ବାହାରିନ ନାଗରିକ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହ ସହିତ ଏହି ଉତ୍ସବକୁ ଉପଭୋଗ କରିବା ଓ ପ୍ରଶଂସା କରୁଥିବା ଦେଖାଯାଇଥିଲା । ଏହିପରି ଏକ ସାଂସ୍କୃତିକ ସ୍ବାଧୀନତା ଦେଇଥିବାରୁ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଡ. ପ୍ରହରାଜ ଭାରତୀୟ ଦୂତାବାସ, ବାହାରିନ ସରକାରଙ୍କ ସମେତ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ବାହାରିନରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details