ଓଡିଶା

odisha

ETV Bharat / city

ଡଙ୍ଗା ଭସା ଉପରେ ଲାଗିଲା ରୋକ - ଡଙ୍ଗା ଭସା

କୋରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ଡଙ୍ଗା ଭସା ଉପରେ ରୋକ ଲଗାଇଲେ ସରକାର । ଅଧିକ ପଢନ୍ତୁ...

ଡଙ୍ଗା ଭସା ଉପରେ ଲାଗିଲା ରୋକ
ଡଙ୍ଗା ଭସା ଉପରେ ଲାଗିଲା ରୋକ

By

Published : Nov 24, 2020, 9:08 PM IST

ଭୁବନେଶ୍ବର: ଚଳିତ ବର୍ଷ ଭାସିବ ନାହିଁ ଡଙ୍ଗା ! ଡଙ୍ଗା ଭସା, ବୋଇତ ବନ୍ଦାଣ ଉପରେ ରୋକ ଲଗାଇଲେ ସରକାର । କୋଭିଡ 19 ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର।

ନଦୀ, ସମୁଦ୍ର ଓ ପୋଖରୀ ଭଳି ଜଳାଶୟରେ ଗହଳି କରିବା ଉପରେ କଟକଣା ଲାଗୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଡଙ୍ଗା ଭସା ଉପରେ ଲାଗିଲା ରୋକ

କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟରେ ଡଙ୍ଗାଭସା ପ୍ରତିବର୍ଷ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଏହା ଉପରେ ସରକାର ରୋକ ଲଗାଇଛନ୍ତି ।

ସୂଚନାଥାଉକି, ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିବାବେଳେ ଏବେ ଡଙ୍ଗାଭସା ଉପରେ ରୋକ ଲଗାଇଛନ୍ତି ସରକାର । ପୋଖରୀ ତୁଠ, ନଦୀ ଘାଟରେ ଡଙ୍ଗାଭସା ଦିନ ପ୍ରବଳ ଭିଡ ଜମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details