ଓଡିଶା

odisha

ETV Bharat / city

ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା - ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ବୋର୍ଡ ପରୀକ୍ଷା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ । ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା । ଅଧିକ ପଢନ୍ତୁ

board preparing for differently abled candidates in the 10th and 12th board exams
ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା

By

Published : Jan 29, 2022, 10:31 PM IST

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଛି । ଆଗାମୀ ଦିନରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ପରୀକ୍ଷାର୍ଥୀ କିଭଳି ଏହି ସୁବିଧା ସୁଯୋଗ ପାଇପାରିବେ, ସେଥିପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।

ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସୁବିଧାଗୁଡିକ ଯଥା: ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ, ଯଥା ସମ୍ଭବ ତଳ ମହଲାରେ ପରୀକ୍ଷା ସ୍ଥାନର ବ୍ୟବସ୍ଥା, ଶ୍ରବଣ ବାଧିତଙ୍କ ନିମନ୍ତେ ଦ୍ଵିତୀୟ ଭାଷା SEP ଓ ତୃତୀୟ ଭାଷା ଭାବେ Visial Art ଚୟନ କରିବାର ବ୍ୟବସ୍ଥା, ତଥା ଶତକଡ଼ା ୫୦ ଭାଗ ପର୍ଯ୍ୟନ୍ତ ଶ୍ରେଣୀ ଉପସ୍ଥାନରେ କୋହଳ ।

ଏହାମଧ୍ୟ ପଢନ୍ତୁ:Trains Cancelled: ଫେବୃଆରୀ 1 ରୁ 4 ତାରିଖ ପର୍ଯ୍ୟନ୍ତ 16 ଯୋଡ଼ା ଟ୍ରେନ୍‌ ବାତିଲ

ଦ୍ଵାଦଶ ଶ୍ରେଣୀର ସମସ୍ତ ବର୍ଗର ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପରୋକ୍ତ ସୁବିଧା ସହ ପରୀକ୍ଷା ଫିସରେ କୋହଳ ଏବଂ ଶ୍ରବଣ ବାଧିତ ପରୀକ୍ଷାର୍ଥୀଙ୍କ ନିମନ୍ତେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରାଯାଇଛି । ଦଶମ ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ଏବଂ ଦ୍ବାଦଶ ପରୀକ୍ଷାର୍ଥୀମାନେ www.chseodi-hanic.inରେ ଲଗ୍‌ଇନ୍ କରି ଅଧିକ ବିବରଣୀ ହାସଲ କରିପାରିବେ । ଏହି ପରିପ୍ରେକ୍ଷୀରେ ଓସେପା ଦ୍ଵାରା ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପ୍ରଦତ୍ତ ରିହାତି ସୁବିଧା ସମ୍ପର୍କିତ ଏକ ସୂଚନା ସୁସ୍ତିକାକୁ ପ୍ରମୁଖ ଶାସନ ସଚିବ ଉନ୍ମୋଚନ କରିଛନ୍ତି । ଆଜିର ବୈଠକରେ ଅନୁପମ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ସଭାପତି ଏବଂ ସମ୍ପାଦକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତଥା ଉପାଧ୍ୟକ୍ଷ ଏବଂ ଉପ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details