ଓଡିଶା

odisha

ETV Bharat / city

ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ସ୍ଥଗିତ, ହାଇକୋର୍ଟଙ୍କ ଶେଷ ନିର୍ଦ୍ଦେଶକୁ ଅପେକ୍ଷା - ମନ୍ତ୍ରୀ ପ୍ରତାପ ଜେନା

ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରସଙ୍ଗରେ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳ ବିରୋଧ ପରେ ଚେତିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ବଏମସିର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ସ୍ଥଗିତ, ହାଇକୋର୍ଟଙ୍କ ଶେଷ ନିର୍ଦ୍ଦେଶକୁ ଅପେକ୍ଷା
ବଏମସିର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ସ୍ଥଗିତ, ହାଇକୋର୍ଟଙ୍କ ଶେଷ ନିର୍ଦ୍ଦେଶକୁ ଅପେକ୍ଷା

By

Published : Mar 15, 2021, 4:17 PM IST

ଭୁବନେଶ୍ବର: ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରସଙ୍ଗରେ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳ ବିରୋଧ ପରେ ଚେତିଲେ ରାଜ୍ୟ ସରକାର । ଏନେଇ ସରକାରଙ୍କ ନିଷ୍ପତ୍ତି ବଦଳିଥିବା ଦେଖିବାକୁ ମିଳିଛି । ହାଇକୋର୍ଟଙ୍କ ଶେଷ ନିଷ୍ପତ୍ତି ଆସିବା ଯାଏଁ ବର୍ଦ୍ଧିତ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖାଯାଇଥିବା ସ୍ପଷ୍ଟ ହୋଇଛି । ବିରୋଧ ତେଜିବାରୁ ସାମ୍ନାକୁ ଆସି ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ବଏମସିର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ସ୍ଥଗିତ, ହାଇକୋର୍ଟଙ୍କ ଶେଷ ନିର୍ଦ୍ଦେଶକୁ ଅପେକ୍ଷା

ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଭୁବନେଶ୍ବର ମହାନଗର ନିଗମ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଏକ ଫର୍ମୁଲା ବା ବେଞ୍ଚ ମାର୍କ ମୂଲ୍ୟାୟନକୁ ଆଧାର କରି କରାଯାଇଥିଲା । ଏହା ବାବଦରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଛି । ବିଭିନ୍ନ ଗୋଷ୍ଠି ଓ ଜନସାଧାରଣ ସରକାରଙ୍କୁ ଏହି ବର୍ଦ୍ଧିତ ହାର ସମ୍ବନ୍ଧରେ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖ ହାଇକୋର୍ଟଙ୍କ ଆଦେଶ ବା ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ଟ୍ୟାକ୍ସ ଆଦାୟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି । ଯେଉଁମାନେ ଏହି ବର୍ଦ୍ଧିତ ଟ୍ୟାକ୍ସ ଦେଇଛନ୍ତି, ସେମାନେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲେ ଆଦାୟ ହୋଇଥିବା ବର୍ଦ୍ଧିତ ଟ୍ୟାକ୍ସ ଆଟାଚ ହୋଇଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details