ଓଡିଶା

odisha

ETV Bharat / city

ରାଜଧାନୀବାସୀଙ୍କୁ ବିଏମସିର ଉପହାର, ଘରେ ପହଞ୍ଚିବ ପନିପରିବା ଓ ଖାଦ୍ୟ - ରାଜଧାନୀବାସୀଙ୍କୁ ବିଏମସିର ଉପହାର

ଲକଡାଉନ ପରିସ୍ଥିତିରେ ଆଉ ରାଜଧାନୀବାସୀଙ୍କ ରହିବନି ଦୁଃଖ । ଘରେ ଘରେ ପହଞ୍ଚିବ ପନିପରିବା । ଏନେଇ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମୋବାଇଲ ଭ୍ୟାନ ଯୋଗେ ସୁବିଧା ଦେବାର ହୋଇଛି ବ୍ୟବସ୍ଥା ।

bmc's gift for people of bhubaneswar, bhubaneswar latest news, vegetables and food home delivery in bhubaneswar, bhubaneswar lockdown, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବରରେ ଲକଡାଉନ, ରାଜଧାନୀବାସୀଙ୍କୁ ବିଏମସିର ଉପହାର, ଭୁବନେଶ୍ବରରେ ପନିପରିବା ଓ ଖାଦ୍ୟ ଯୋଗାଣ
ରାଜଧାନୀବାସୀଙ୍କୁ ବିଏମସିର ଉପହାର, ଘରେ ପହଞ୍ଚିବ ପନିପରିବା ଓ ଖାଦ୍ୟ

By

Published : Mar 29, 2020, 9:36 PM IST

ଭୁବନେଶ୍ବର: ଲକଡାଉନ ପରିସ୍ଥିତିରେ ଆଉ ରାଜଧାନୀବାସୀଙ୍କ ରହିବନି ଦୁଃଖ । ଘରେ ଘରେ ପହଞ୍ଚିବ ପନିପରିବା । ଏନେଇ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମୋବାଇଲ ଭ୍ୟାନ ଯୋଗେ ସୁବିଧା ଦେବାର ହୋଇଛି ବ୍ୟବସ୍ଥା । ରାଜଧାନୀର 41ଟି ଛୋଟ ହାଟ ଓ ମାର୍କେଟର ବ୍ୟବସ୍ଥା କରିଛି ବିଏମସି। ରବିବାର ବିଏମସି ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି।

ମୋବାଇଲ ଭ୍ୟାନ ଜରିଆରେ ଲୋକଙ୍କ ଘରେ ସିଧାସଳଖ ପହଞ୍ଚିବ ପନିପରିବା। ସାଧାରଣ ଲୋକ ଘରୁ ବାହାରି ପାରୁନଥିବା ବେଳେ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ବିଏମସି। ସେହିପରି ଲୋକଙ୍କ ଘରେ ସ୍ବଚ୍ଛ ଖାଦ୍ୟ ମଧ୍ୟ ଯୋଗାଇ ଦେବ ବିଏମସି।

ଏନେଇ ରବିବାରଠାରୁ ଅନଲାଇନ ଫୁଡ ଡେଲିଭରି କମ୍ପାନୀ ସ୍ବିଗି ସାହାଯ୍ୟରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ ହୋଇଛି। କୋଭିଡ-19 ମୁକାବିଲା ନେଇ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଭୁବନେଶ୍ବରରେ ଲୋକଙ୍କ ସୁବିଧା ପାଇଁ ଆଗେଇ ଆସିଛି ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details