ଓଡିଶା

odisha

ETV Bharat / city

ରାଜଧାନୀର ପ୍ରତି ୱାର୍ଡରେ ପ୍ରତିଷ୍ଠା ହେବ ବିଏମସି ଅଫିସ - ସୁରଥ ଚନ୍ଦ୍ର ମଲିକ

ଆସନ୍ତା ଅଗଷ୍ଟ 31 ତାରିଖରେ ରାଜଧାନୀର ବିଭିନ୍ନ ୱାର୍ଡରେ ବିଏମସି ଅଫିସ ଖୋଲିବ । ବିଏମସିର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 9, 2019, 10:11 AM IST

ଭୁବନେଶ୍ବର: ରାଜଧାନୀର ପ୍ରତି ୱାର୍ଡରେ ହେବ ବିଏମସି ଅଫିସ। ଏହି ଅଫିସରେ ହୋଲଡିଂ ଟ୍ୟାକ୍ସ ଠାରୁ ଆରମ୍ଭକରି ସବୁ ପ୍ରକାର ସମସ୍ୟାର ସମାଧାନ ହେବ। ବିଏମସିର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ ଏହି ସୂଚନା ଦେଇଛନ୍ତି । ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ଆସନ୍ତା ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଏମସିର ସମସ୍ତ ୱାର୍ଡରେ ଅଫିସ ଉଦଘାଟନ କରାଯିବ ।

ରାଜଧାନୀର ୬୭ଟି ୱାର୍ଡରେ ବିଏମସି ଖୋଲିବ ୱାର୍ଡ ଅଫିସ। ଏହି ୱାର୍ଡ ଅଫିସରେ ୱାର୍ଡ ଅଫିସର , ସିଓ, ଜେଇ ଓ ସାନିଟାରୀ ଇନସ୍ପେକ୍ଟର ରହିବେ। ହୋଲଡିଂ ଟ୍ୟାକ୍ସ, ଡ୍ରେନେଜ ସମସ୍ୟା, ରାସ୍ତା ଘାଟ ଓ ଟ୍ରେଡ଼ ଲାଇସେନ୍ସ ସୁବିଧା ଉପଲବ୍ଧ ହେବ। ଏକ କିଓସ୍କ ରହିବ ଯାହା ୱାର୍ଡ ସହିତ ସଂଯୋଗ କରାଯିବ । ଏଥିରେ ଜନ୍ମମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ ଉପଲବ୍ଧ ହେବ । ବିଭିନ୍ନ ଭତ୍ତା ଓ ବିଏମସିର ଉପଲବ୍ଧ ଯୋଜନା ସମୂହ ଲୋକଙ୍କ ହାତ ପାହାନ୍ତାରେ ମିଳିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବରଗଡ଼ ଝରଣା ସାହିର କାଦମ୍ବିନୀ ରାୟଙ୍କ ମତରେ ଏହା ଏକ ଭଲ ପଦକ୍ଷେପ। ଆମ କାମକୁ ଆହୁରି ସହଜ କରିବ ୱାର୍ଡ ଅଫିସ। ପୂର୍ବ ଯୋଜନା ଭଳି ନ କରି ଏହି କାମକୁ ନିୟମିତ କରାଗଲେ ସାଧାରଣ ଲୋକେ ଉପକୃତ ହେବେ। ବିଏମସିର ଏଭଳି ଉଦ୍ୟମକୁ ସାଧାରଣରେ ଗ୍ରହଣୀୟ ହୋଇଛି । କିନ୍ତୁ ଅତୀତରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବା ହାତକୁ ନେଇଥିବା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ବିଏମସି ପୂରଣ କରିପାରିନି। ତେବେ ଏହାକୁ କେତେ ଦୂର ପୂରଣ କରିପାରିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details