ଭୁବନେଶ୍ବର: ମେ ମାସରୁ ବଢିବ ଟୀକାକରଣ । ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାକରଣ ପାଇଁ ଗାଇଡଲାଇନ ଆସିଲା ପରେ ବିଏମସି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ ବୋଲି ବିଏମସି କମିଶନର କହିଛନ୍ତି ।
ମେ ମାସରୁ ବଢିବ ଟୀକାକରଣ ପ୍ରକ୍ରିୟା - କୋରୋନା ଭାଇରସ ଲକ୍ଷଣ
ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାକରଣ ପାଇଁ ଗାଇଡଲାଇନ ଆସିଲା ପରେ ବିଏମସି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ଅଧିକ ପଢନ୍ତୁ...
ଆସନ୍ତା ମେ ମାସ ପହିଲାରୁ ରାଜ୍ୟରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ମାଗଣା ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାକରଣ ପାଇଁ ଗାଇଡଲାଇନ ଆସିଲା ପରେ ବିଏମସି ପକ୍ଷରୁ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରି। ଏବେ ଭୁବନେଶ୍ୱରରେ ଦୈନିକ 12 ରୁ 13 ହଜାର ଲୋକଙ୍କ ଟୀକାକରଣ ହେଉଛି,ଆଗକୁ ଏହି ଟୀକାକରଣ ଅହେତୁକ ବୃଦ୍ଧି ପାଇବ।୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତେ ମାଗଣା ଟୀକା ପାଇବେ।ଟୀକାକରଣ କେନ୍ଦ୍ର ବୃଦ୍ଧି କରାଯିବ। କୋରୋନା ସ୍ଥିତିକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଥାଉକି 28 ଏପ୍ରିଲରୁ cowin ଆପ ମାଧ୍ୟମରେ 18 ରୁ 44 ବୟସର ଜନସାଧାରଣଙ୍କ ପଞ୍ଜିକରଣ ଆରମ୍ଭ ହେବ। କେବଳ ଅନ ଲାଇନ ଆପ ମାଧ୍ୟମରେ ପଞ୍ଜିକରଣ କରାଯିବା ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ